ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ: ରାଜ୍ୟ ସଭାପତି ମନମୋହନ ସାମଲ

add-all

ଭୁବନେଶ୍ୱର:  ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣି ରାଜ୍ୟରେ ବିଜେପି ସରକାର ଆଣିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଫାଇଦା ‌ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବେ। ଆଜି ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିକଶିତ ଓଡ଼ିଶାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବା।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ରାଜ୍ୟରେ ବିଜେପିକୁ ଅଧିକ ଶକ୍ତିଶାଳୀ କରାଯିବ। ନୂଆ ଲୋକଙ୍କୁ ଯୋଡ଼ିବା କାମ କରିବ ବିଜେପି। ଲୋକେ ବିଜେପି ସରକାରକୁ ପୁଣି ଆଶୀର୍ବାଦ ଦେବେ ବୋଲି ମୁଁ ଭାବୁଛି। ପଞ୍ଚାୟତ ନିର୍ବାଚନରେ ବି ଲୋକେ ବିଜେପିକୁ ଆଶୀର୍ବାଦ ଦେବେ। ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଛି। ଏଣୁ କୌଣସି ଅସୁବିଧା ହେଉନାହିଁ।

ଏଣେ ମୁଁ ସବୁବେଳେ ବିଜେପିର କାର୍ଯ୍ୟକର୍ତ୍ତା ହୋଇ ରହିବି ବୋଲି ବି କହିଛନ୍ତି ମନମୋହନ ସାମଲ।

ad-week
Leave A Reply

Your email address will not be published.