ଆଦିବାସୀ ମେଳା ୨୦୨୫ ପ୍ରସ୍ତୁତି, ଲେଜର୍ ଶୋରେ ଆଦିବାସୀ ପରମ୍ପରା ଓ ସ୍ଵାଧୀନତା ସଂଗ୍ରାମର ଝଲକ୍

add-all

ଭୁବନେଶ୍ଵର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମ କରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୧୬ ତାରିଖ ଯାଏଁ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି ।
ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ । ଚଳିତ ବର୍ଷ ୨୦ ଟି ଆଦିବାସୀ କୁଟିର ନିର୍ମାଣ କରାଯାଉଥିବା ବେଳେ ୧୪୭ ଟି ଷ୍ଟଲ୍ ରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ ଟି ଷ୍ଟଲ୍ ରେ ଲାଇଭ୍ ଡେମନଷ୍ଟ୍ରେସନ୍ ର ସୁବିଧା ରହିବ । ଏଥିସହ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ ।
ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତର ପରିବେଷଣ କରାଯିବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ଫାୟର୍ ୱାର୍କ ଶୋ ର ମଧ୍ୟ ଆୟୋଜନ କରାଯିବ ।

ad-week
Leave A Reply

Your email address will not be published.