ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

add-all

ଭୁବନେଶ୍ବର ୨।୧: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ନବୀନ । ଏହାସହ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି । 

ଚିଠିରେ ନବୀନ ଲେଖିଛନ୍ତି, ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀଙ୍କ ବର୍ଷକର ଅମଳ ଧାନ। ଏହା ଚାଷୀଙ୍କ ଆତ୍ମାକୁ ବହୁତ ଆଘାତ ଦେଇଛି। ବିଗତ ଦିନ ଗୁଡ଼ିକରେ ରାଜ୍ୟରେ ଏଭଳି ପରିସ୍ଥିତି କେବେ ଉପୁଜିନାହିଁ। ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଯୁବ ଚାଷୀ କୃତିବାସ ସ୍ବାଇଁ ଆତ୍ମହତ୍ୟା ଘଟଣାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

ad-week
Leave A Reply

Your email address will not be published.