ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ବିକ୍ରି ହେବନି ଖଜା

add-all

ପୁରୀ: ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ସଂପୃକ୍ତ ବ୍ୟବସାୟୀମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି।

ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଭକ୍ତି ସଂପୂର୍ଣ୍ଣ ନିଆରା। ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି। ତେଣୁ ପୁରୀର ପ୍ରତ୍ୟେକ ଜିନିଷକୁ ଅତି ଆପଣାର କରିଥାନ୍ତି। ତେବେ ଏହାର ସୁଯୋଗ ନେଇ ଅସାଧୁମାନେ ଲାଭବାନ ମଧ୍ୟ ହୋଇଥାନ୍ତି। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସାମାଜିକ କଣମାଧ୍ୟମ ’ଏକ୍ସ’ରେ ଶ୍ରୀ ପାଢ଼ୀ ଲେଖିଛନ୍ତି ମହାପ୍ରଭୁଙ୍କୁ ଲାଗିପରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଖଜା ମହାପ୍ରସାଦ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ, ଏପରିକି ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଥିବା ଦୃଷ୍ଟିଗୋଚର ହୋଇଛି, ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ୍। ତେଣୁ ଏଥିରୁ ବିରତ ରହିବା ସହ ଭକ୍ତଙ୍କୁ ବିଭ୍ରାନ୍ତ ନ କରିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଉଅଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିରେ ବ୍ୟତିକ୍ରମକୁ କଦାପି ବରଦାସ୍ତ କରାଯିବ ନାହିଁ।

ଏତଦ୍‌ ବ୍ୟତୀତ ଶ୍ରୀ ପାଢ଼ୀ ମହାପ୍ରସାଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି ହୋଇଛି‌ ବୋଲି କହିଛନ୍ତି। ଜୈବିକ ପ୍ରଣାଳୀରେ ଉତ୍ପାଦିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହେବ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ad-week
Leave A Reply

Your email address will not be published.