“ମା’ ମାଟି ଆଗ, ଦଳ ପଛ; ଆଲୋଚନା ନହେଲେ ବିଧାନସଭାରେ ଆତ୍ମାହୁତି ଦେବି”: ତାରା ପ୍ରସାଦ ବାହିନୀପତି

kalipuja

ଭୁବନେଶ୍ୱର  : କୋଟିଆ ଓ ରାଜ୍ୟର ସୀମା ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଓ ବାହାରେ ତେଜିଛି ରାଜନୀତି। କୋଟିଆ ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଯଦି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ନହୁଏ, ତେବେ ସେ ଗୃହ ଭିତରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି।

ତାରା ବାହିନୀପତି କହିଛନ୍ତି ଯେ, “ମୋ ପାଇଁ ଦଳୀୟ ରାଜନୀତି ନୁହେଁ, ମୋ ମା’ ମାଟି ଓ ମାତୃଭୂମି ପ୍ରଥମ। ମୋ ଜୀବନଠାରୁ ମୋ ମାଟି ଅଧିକ ମୂଲ୍ୟବାନ।” କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କେବଳ କୋଟିଆ ନୁହେଁ, ଆନ୍ଧ୍ରପ୍ରଦେଶ ସରକାର ଦୀର୍ଘ ବର୍ଷ ଧରି ନନ୍ଦପୁରଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ବିଭିନ୍ନ ସୀମାନ୍ତ ଅଞ୍ଚଳର ପ୍ରାୟ ୫୦ଟି ଗାଁ ଉପରେ ନିଜର ଦାବି ଜାହିର କରି ଆସୁଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟର ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟର ସୀମା ସୁରକ୍ଷା ଓ ବିବାଦ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ହେବା ନିହାତି ଜରୁରୀ। ରାଜସ୍ୱ ମନ୍ତ୍ରୀ ଏନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଭିମୁଖ୍ୟ ସନ୍ଦେହଜନକ ଓ ଅସ୍ପଷ୍ଟ ରହିଥିବା ସେ କହିଛନ୍ତି।

ଯଦି ରାଜ୍ୟ ସରକାରଙ୍କର କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାର ଆନ୍ତରିକତା ନାହିଁ, ତେବେ ଓଡ଼ିଶାର ସ୍ୱାର୍ଥକୁ ଏଭଳି ଛାଡ଼ି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। କୋଟିଆର ଅଧିକାର ପାଇଁ କଂଗ୍ରେସ ଦଳ 

ad-week
Leave A Reply

Your email address will not be published.