ବାତ୍ୟା ପ୍ରଭାବରେ ଲାଗି ରହିଛି ଝିପିଝିପି ବର୍ଷା, ଧାନ ଫସଲ ନଷ୍ଟ ଆଶଙ୍କା

kalipuja

ଭବାନୀପାଟଣା: ବାତ୍ୟା ଅକ୍ୱାନ୍ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିରେ ୧୪୦ ମିମି ବର୍ଷା ରେକର୍ଡ କରାଯାଇଛି। ଭବାନୀପାଟଣା ବ୍ଲକରେ ସର୍ବାଧିକ ୨୦.୦୮ମିମି ଏବଂ କେସିଙ୍ଗା ବ୍ଲକରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି। ଝିପିଝିପି ବର୍ଷା ଲାଗି ରହିବା ଦ୍ୱାରା ଜିଲାରେ ସାଧାରଣ ଜୀବନଯାତ୍ରା ରେ ବ୍ୟାହତ ହୋଇଛି। ଜିଲା ମହକୁମାରେ ଅପରାହ୍ନରୁ ବର୍ଷା ବନ୍ଦ ରହିଛି। କିନ୍ତୁ ମେଘୁଆ ପାଗ ରହିଛି। ତେବେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଏବଂ ପବନ ଯୋଗୁଁ ଅନେକ ଚାଷଜମି ରେ ଧାନ ଗଚ୍ଛ ପଡ଼ିଯାଇଛି।

ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା କରାଯାଉଛି। ପୁଣି ପାଗ ଖରାପ ଥିବାରୁ ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି। ଧାନ ଅମଳ ସମୟ ହୋଇଥିଲେ ମଧ୍ୟ ଇନ୍ଦ୍ରାବତୀ ଶାଖା କେନାଲ ଗୁଡ଼ିକ ରେ ଏବେ ବି ଜଳସେଚନ ପାଇଁ ପାଣି ଛଡାଯାଉଛି। ଫଳରେ ଧାନ କିଆରିରେ ପାଣି ଥିବା ପରିଲକ୍ଷିତ ହୋଇଛି। ଫଳରେ କିଆରିରେ ପଡ଼ିଥିବା ଧାନ ପଚି ଯିବା ଆଶଙ୍କା କରାଯାଉଛି। ଏନେଇ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଁ ଗୋବର୍ଦ୍ଧନ ନାଏକ ଙ୍କୁ ପଚରାଯିବାରୁ ଆଜିଠାରୁ ସମସ୍ତ କେନାଲ ରେ ପାଣି ବନ୍ଦ କରାଯିବ ବୋଲି “ସମାଜ” କୁ ପ୍ରତିକ୍ରିୟା ଦେଇଥିଲେ। ତେବେ ଏବେ ଅନାବଶ୍ୟକ ଭାବେ ପାଣି ଛଡା ଯାଉଥିବାରୁ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ରବି ଚାଷ ପାଇଁ ଜଳ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠୁଛି।

ad-week
Leave A Reply

Your email address will not be published.