
କଟକ : ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ପାର୍କିଂଗ ଫି ନିର୍ଦ୍ଧାରିତ କଲା କଟକ ଜିଲ୍ଲା ପ୍ରଶାସନ । ସାଇକେଲ ପାଇଁ 5 ଟଙ୍କା, ବାଇକ ପାଇଁ 10 ଟଙ୍କା , ଅଟୋ, ପିକ ଅପ ପାଇଁ 30 ଟଙ୍କା , କାର ପାଇଁ 40 ଟଙ୍କା ଓ ବସ ପାଇଁ 100 ଟଙ୍କା ନିର୍ଧାରଣ କରାଯାଇଛି । ଏ ନେଇ ସମସ୍ତ ପାର୍କିଂଗ ହୋଲ୍ଡର ଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ।
କଟକ ଐତିହାସିକ ବାଲିଯାତ୍ରା ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି 13 ଟି ପାର୍କିଂଗ ସ୍ଥଳ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ସମସ୍ତ ପାକିଙ୍ଗ ସ୍ଥଳ ଅକ୍ସନ ହୋଇ ସାରିଛି । ପାର୍କିଂଗ ସ୍ଥଳ ନେଇଥିବା ଲିଜ ହୋଲ୍ଡର ଙ୍କ ତାଲିକା କମିଶନରେଟ ପୋଲିସ କୁ ମଧ୍ୟ ପ୍ରଦାନ କରାଯାଇଛି ।
ବେଆଇନ ଭାବେ ପାର୍କିଂଗ ସ୍ଥଳ କରି ଟଙ୍କା ଆଦାୟ କଲେ ମିଳିତ ଭାବେ କେ ଏମ ସି , କେ ଡ଼ି ଏ ଏବଂ ତହସିଲଦାର ଙ୍କ ଦ୍ଵାରା ଛଡାଉ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ । କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର 24 ତାରିଖ ରୁ ଆରମ୍ଭ ହୋଇ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
