‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

add-all

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।

କାଦମ୍ବିନୀ ଦୀର୍ଘ ୨୫ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିବାରୁ ଡ. ମୁଳେ କାଦମ୍ବିନୀକୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ‘କିଟ୍‍ ଓ କିସ୍‍ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ। ସେ କହିଥିଲେ, ଭବିଷ୍ୟତରେ ଯଦି କେହି ଭାରତର ବିଶ୍ୱବିଦ୍ୟାଳୟ ବିଷୟରେ ଇତିହାସ ଲେଖେ, ସେଥି ମଧ୍ୟରୁ ପ୍ରଥମ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ଆସିବ’।

ଏଥିପାଇଁ ସେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ, ଦେଶର ଅନ୍ୟ ଭାଷାର ପତ୍ରପତ୍ରିକା ଏବଂ ଓଡ଼ିଆ ଭାଷାଠାରୁ ଅଧିକ ପ୍ରଚଳିତ ଭାଷାର ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ବେଳେ କାଦମ୍ବିନୀ ପ୍ରୟାସରେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ପ୍ରଦର୍ଶନୀ କରି ଏଠାରେ ଏକ ନୂଆ ଇତିହାସ ରଚନା କରିଛି । ଏହା ଆମକୁ ପତ୍ରିକା ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଛି ।

ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଚଳିତବର୍ଷ ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ଓ ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ, ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍‍, କିସ୍‍ ଓ କାଦମ୍ବିନୀ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କୈଳାସ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.