
ନୟାଗଡ଼ : ନୟାଗଡ଼ ପୌର କାର୍ଯ୍ୟାଳୟ ରେ ଅଚଳାବସ୍ଥା । ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ନୟାଗଡ଼ ରେ ରହୁନଥିବା ପ୍ରତ୍ୟେକ ଦିନ ଭୁବନେଶ୍ଵର ଯିବା ଆସିବା କୁ ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏବେ ଏହାକୁ ଆୟୁଧ କରି କର୍ମଚାରୀ ମାନେ ଦିନ ୧୨ଟା ପୂର୍ବରୁ ଅଫିସ କାର୍ଯ୍ୟାଳୟକୁ ଆସୁନଥିବାର ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ କିଛି କର୍ମଚାରୀ ଭଦ୍ରକ ଦଶପଲ୍ଲା ଟ୍ରେନ ରେ ଆସି ଦିନ ୧୨.୧୫ଟା ସମୟରେ ଅଫିସ ଆସୁଛନ୍ତି । ଦୀର୍ଘ ୬ ମାସ ହେଲା ପୌରାଞ୍ଚଳ ର କୌଣସି ବିକାଶମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ ଆସିଛି । ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ସହରବାସୀଙ୍କୁ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ୫ ଦିନ ହେବ କାର୍ଯ୍ୟାଳୟ ଆସୁନଥିବାର ଖବର ଆସିଛି । ନିର୍ବାହୀ ଅଧିକାରୀ କୌଣସି କଥାକୁ ଗୁରୁତ୍ବ ଦେଉନଥିବାରୁ କୌଣସି କର୍ମଚାରୀ ଠିକରେ କାମ କରୁନଥିବାରୁ ନୟାଗଡ଼ ସହରର କୌଣସି ବିକାଶ ମୂଳକ କାର୍ଯ୍ୟ ହେଉନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତି । ନୟାଗଡ଼ ଜିଲ୍ଲାର କୌଣସି ମୌଳିକ ସମସ୍ୟା କୁ ମଧ୍ୟ ଗୁରୁତ୍ବ ଦିଆଯାଉନାହିଁ ସେଠାକୁ ଯାଇ ଲାଭ କଣ ବୋଲି ଅଧ୍ୟକ୍ଷା ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଅବଗତ କରିବା ପରେ ବି କୌଣସି ପଦକ୍ଷେପ ନେଉନାହିଁ , କାର୍ଯ୍ୟ ଅବଧି ଶେଷ ହୋଇସାରିଥିବା ଜଣେ କର୍ମଚାରୀ ପୌରପରିଷଦ ର ପ୍ରତ୍ୟେକ କାର୍ଯ୍ୟରେ ଗୁରୁତ୍ବ ଦିଆ ଯାଉଥିବାରୁ ଅନ୍ୟ କର୍ମଚାରୀଙ୍କ ଗୁରୁତ୍ବ ହାନି ଅଭିଯୋଗ ପରେ ପ୍ରତି କାଉନସିଲର ମାନେ ଏନେଇ ବିରକ୍ତି ମନୋଭାବ ରେ ଅଛନ୍ତି । ଏହି ପରିସ୍ଥିତ ନସୁଧୁରିବା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ଯିବିନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତି ।