ମୋତେ ଆଉଥରେ ମୁଖ୍ୟମନ୍ତ୍ରୀ ନିବାସରୁ ବାହାର କରାଯାଇଛି : ଅତିଶୀ

add-all

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଦାବି କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଆବଣ୍ଟିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଆବଣ୍ଟନକୁ ବାତିଲ କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀର ସେ କହିଛନ୍ତି ଯେ “ଆମ ଘର ଛଡ଼ାଇ ନିଆଯାଉଛି। ନିର୍ବାଚନ ଘୋଷଣାର ପୂର୍ବ ରାତିରେ ଏହି ଘଟଣା ଘଟିଛି। ଦ୍ୱିତୀୟ ଥର ପାଇଁ ମୋତେ ସରକାରୀ ବାସଭବନରୁ ବାହାର କରି ଦିଆଯାଇଛି।“

ସେ ଆହୁରି ମଧ୍ୟ କହିଛନ୍ତି, ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆବଣ୍ଟନ ବାତିଲ କରାଯାଇଛି। ଏକ ନିର୍ବାଚିତ ସରକାରର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛଡ଼ାଇ ନିଆଯାଇଛି। ତିନି ମାସ ତଳେ ସେମାନେ ସମାନ କାମ କରିଥିଲେ। ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ସେମାନେ ଘରୁ ମୋର ଜିନିଷ ପତ୍ର ଓ ମୋ ପରିବାରର ଜିନିଷ ପତ୍ର ବାହାର କରି ରାସ୍ତାରେ ଫିଙ୍ଗି ଦେଇଥିଲେ। ଭାରତୀୟ ଜନତା ପାର୍ଟି ଅନୁଭବ କରୁଛି ଯେ ସେମାନେ ଆମଘର ଛଡ଼ାଇ ନେଇ, ଆମକୁ ଗାଳିଗୁଲଜ କରି, ମୋ ପରିବାର ବିଷୟରେ କହି ଆମ କାମ ବନ୍ଦ କରିଦେବେ।

“ସେମାନେ ଆମଘର ଛଡ଼ାଇ ନେଇପାରିବେ କିନ୍ତୁ ଦିଲ୍ଲୀବାସୀଙ୍କ ପାଇଁ କାମ କରିବାର ଆମର ଉତ୍ସାହକୁ ସେମାନେ ଛଡ଼ାଇ ନେଇପାରିବେ ନାହିଁ। ଆବଶ୍ୟକ ପଡ଼ିଲେ ମୁଁ ଦିଲ୍ଲୀବାସୀଙ୍କ ଘରେ ରହିବି। ମୁଁ ଆପଣଙ୍କ ଘରୁ ଦିଲ୍ଲୀବାସୀଙ୍କ ପାଇଁ ଦୁଇଗୁଣ ଦ୍ରୁତ ଗତିରେ କାମ କରିବି ।

ad-week
Leave A Reply

Your email address will not be published.