ପ୍ରବାସୀ ଭାରତୀୟ ଦିବସ ପାଇଁ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ

add-all

ଭୁବନେଶ୍ୱର: ତିନି ଦିନିଆ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ପ୍ରତ୍ୟେକ ଦିନ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ।

ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ରାଜ୍ୟ ସଂଗ୍ରହାଳୟ ସାଧାରଣତଃ ପ୍ରତିଦିନ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ଖୋଲା ରହିଥାଏ।

ତେବେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଆସନ୍ତା ଜାନୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ସଂଗ୍ରହାଳୟ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି। ତେବେ ଏହି ସମ୍ମିଳନୀ ଜାନୁଆରୀ ୮ରୁ ୧୦ପର୍ଯ୍ୟନ୍ତ ରାଜଧାନୀରେ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.