କୋଟାରେ ଅଘଟଣ, ୨୪ ଘଣ୍ଟାରେ ଝୁଲି ପଡ଼ିଲେ ଦୁଇ ଛାତ୍ର

add-all

ଅଘଟଣ। ପୁଣି ମୃତ୍ୟୁର ରାସ୍ତା ବାଛିଲେ ଛାତ୍ର। ୨୪ ଘଣ୍ଟାରେ ଝୁଲି ପଡ଼ିଲେ JEE ପରୀକ୍ଷା ପାଇଁ କୋଚିଂ ନେଉଥିବା ଦୁଇ ଛାତ୍ର। ରାଜସ୍ଥାନର କୋଟାରୁ ସାମ୍ନାକୁ ଆସିଛି ପୁଣି ଏଭଳି କିଛି ଅଭିଯୋଗ।

ସୂଚନା ମୁତାବକ, କୋଟାର ବିଜ୍ଞାନ ନଗରରେ ରହି JEE ପାଇଁ ପ୍ରସ୍ତୁତ ହେଉଥିବା ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ଅଭିଷେକ ବୋଲି ଜଣା ପଡିଛି। ସେ ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ବାସିନ୍ଦା ଥିଲେ।

ଅଭିଷେକ ଗତ ବର୍ଷ ମେ ମାସରୁ କୋଟାର ଏକ କୋଚିଂ ସେଣ୍ଟରରେ JEE ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଠାରେ ବିଜ୍ଞାନ ନଗର ପୁଲିସ୍ ଷ୍ଟେସନ ପରିସରରେ ଥିବା ଡାକନିଆ ଅଞ୍ଚଳରେ ଏକ ପିଜିରେ ରହୁଥିଲେ। ପୁଲିସର ସୂଚନାନୁସାରେ ଅଭିଷେକ କୋଠରୀରେ ଥିବା ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

ସେହିପରି ଏହାପୂର୍ବରୁ ବୁଧବାର କୋଟା ଜିଲ୍ଲାର ଜବାହର ନଗର ଥାନା ଅଞ୍ଚଳରେ ମଧ୍ୟ IIT-JEE ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଛାତ୍ର ଜଣକ ଥିଲେ ୧୯ ବର୍ଷୀୟ ନୀରଜ। ସେ ହରିୟାଣାର ବାସିନ୍ଦା ଥିଲେ।

ପ୍ରତିଯୋଗିତାର ପରୀକ୍ଷା ପାଇଁ ପ୍ରସିଦ୍ଧ ରାଜସ୍ଥାନର କୋଟା ସହରରେ ଆତ୍ମହତ୍ୟାର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ କୋଟାରେ ଅନେକ ଥର ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି ଯାହା ଫଳରେ ଏହି ସହର ବିବାଦ ଘେରକୁ ଆସିଛି।

ad-week
Leave A Reply

Your email address will not be published.