ବ୍ୟାଙ୍କ ସାମନାରୁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

add-all

ରାଉରକେଲା: ବ୍ୟାଙ୍କ ସାମନାରୁ ୫ ଲକ୍ଷ ଟଙ୍କା ଲୁଟ । ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ହୋଇଛି ଲୁଟ। ସେ  ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଛନ୍ତି। ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ ସମ୍ମୁଖରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଲୁଟ୍‌ର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାଁ ସୁଶୀଲ ମାଝୀ। ରାଜଗାଙ୍ଗପୁରର କୁକୁଡ଼ା ଗାଁରେ ତାଙ୍କ ଘର।  ମୋ ଝିଅର ଟଙ୍କା ଦରକାର ଥିବାରୁ ସେ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବା କହିଛନ୍ତି। ସେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ । ଏକ ଜରି ବ୍ୟାଗରେ ଟଙ୍କା ଧରି ଗାଡ଼ି ପାଖକୁ ଯାଉଥିବା ସମୟରେ ହଠାତ୍ ଦୁଇ ଜଣ କଳା ପଲସରରେ ପଛଆଡ଼ୁ ଆସି ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲେ। ଟଙ୍କା ବ୍ୟାଗ ନେଇ ସେମାନେ ପଳାଇଯାଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ସେ  ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି।

ଲୋକହିତ ଅଭିଯୋଗ ଆଧାରରେ ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି।

ad-week
Leave A Reply

Your email address will not be published.