ଦିଲ୍ଲୀ ଭୋଟରଙ୍କୁ ମାଗଣା ବିଜୁଳି ଓ ପାଣି ପ୍ରତିଶ୍ରୁତି ଦେବ ବିଜେପି!

add-all

ଦିଲ୍ଲୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ୩୦୦ ୟୁନିଟ ଯାଏ ମାଗଣା ବିଜୁଳି, ମାଗଣାରେ ପାଇପ ପାଣି ଓ ଲାଡଲି ବେହନା ଭଳି ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇପାରେ। ଏହା ବ୍ୟତୀତ କ୍ଷମତା ଦଖଲ ପରେ ବିଜେପି ମନ୍ଦିର, ଗୁରୁଦ୍ୱାର ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ୫୦୦ ୟୁନିଟ ଯାଏ ମାଗଣା ବିଜୁଳି ବ୍ୟବସ୍ଥା ମଧ୍ୟ ଲାଗୁ କରିବାର ସୂଚନା ମିଳିଛି।

ପ୍ରସ୍ତାବିତ ଲାଡଲି ବେହନା ଭଳି ଯୋଜନା ଉପରେ ସମସ୍ତଙ୍କର ଫୋକସ ରହିଛି। କାରଣ ଏହି ଯୋଜନା ବଳରେ ବିଜେପି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଜିତିଥିଲା। ମହିଳାମାନଙ୍କ ହାତକୁ ସିଧା ନଗଦ ଟଙ୍କା ଦେବାକୁ ଏହି ଯୋଜନା ଅଧୀନରେ ବ୍ୟବସ୍ଥା ହୋଇଛି।

ବେ ମହିଳାମାନେ ସବୁ ଦଳର ଭୋଟ ବ୍ୟାଙ୍କ ଭାବେ ଉଭା ହୋଇଛନ୍ତି। ସେମାନଙ୍କ ହାତକୁ ସିଧା ନଗଦ ଟଙ୍କା ଦେବାକୁ ସବୁ ଦଳ ଭିନ୍ନଭିନ୍ନ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ ବିଜେପି ମଧ୍ୟ ଦିଲ୍ଲୀରେ ଲାଡଲି ବେହନା ଭଳି ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଇପାରେ।

କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ଥିବା ଆପ୍‌ର ମହିଳା ସମ୍ମାନ ଯୋଜନା ଉପରେ ସମସ୍ତଙ୍କ ନଜର ରହିଛି। ଆପ୍‌ ପ୍ରତିଶ୍ରୁତି ଦେଇଛି ଯେ ଏ ଯୋଜନା ଅଧୀନରେ ଦିଲ୍ଲୀର ମହିଳାମାନଙ୍କୁ ମାସିକ ୨୧୦୦ ଟଙ୍କା ଲେଖାଏ ମିଳିବ। ପୂର୍ବରୁ ଏହି ଯୋଜନାରେ ମହିଳାଙ୍କୁ ୧ ହଜାର ଟଙ୍କା ମିଳୁଛି। ନିର୍ବାଚନରେ ଆପ ଜିତିଲେ ଏହି ରାଶି ୨୧୦୦ରେ ପହଞ୍ଚିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଆପ୍‌ ମଧ୍ୟ ଦିଲ୍ଲୀର ଅଟୋ ରିକ୍ସା ଡ୍ରାଇଭରମାନଙ୍କ ପାଖରେ ପହଞ୍ଚିଛି। ଦଳ କହିଛି ଯେ ସେମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ହେବ। ଝିଅ ବାହାଘର ବେଳେ ସରକାର ଅଟୋ ଡ୍ରାଇଭରଙ୍କୁ ୧ ଲକ୍ଷ ଟଙ୍କାର ସହାୟତା କରିବେ। ବର୍ଷକୁ ଦୁଇ ଥର ୟୁନିଫର୍ମ ଭତ୍ତା ବାବଦରେ ୨୫୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ଆପ କହିଛି।

ad-week
Leave A Reply

Your email address will not be published.