ହଂସିକା ଓ ଅନୀଲଙ୍କ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ

add-all

ଭୁବନେଶ୍ବର: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ଉପରେ ଆୟକର ବିଭାଗର ଚତୁର୍ଥ ଦିନରେ ବି ଚଢ଼ାଉ ଜାରି.ରହିଛି।  ଆୟକର ବିଭାଗ ଚଢ଼ାଉ କରିବା ସହ ପାଇଛି ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି,  ଯେଉଁଥିରେ ୧୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଲଡରଙ୍କ ପାଖରେ ରହିଛି।  ଯାହାଙ୍କୁ ଆୟକର ବିଭାଗ ନୋଟିସ କରିସାରିଛି। ଏଣେ ଠକ୍ ଯୋଡି ସହ ଜଡ଼ିତ ନେତାଙ୍କୁ ଖୁବଶୀଘ୍ର ନୋଟିସ କରିବ ଆୟକର ବିଭାଗ ।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦିନିକିଆ ରିମାଣ୍ଡ୍‌ରେ ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିକା ଓ ଅନୀଲ୍‌କୁ କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଆଣିଛି। ଆଜି ଦିନସାରା ସେମାନଙ୍କୁ ଘନଘନ ଜେରା କରାଯାଇଥିଲା। ପୁଲିସ ସେବାଭବନରୁ ଆରମ୍ଭ କରି ହଂସିକା ଓ ଅନୀଲ୍‌ଙ୍କ ଫ୍ଲାଟ୍‌ ପର୍ଯ୍ୟନ୍ତ ସେମାନଙ୍କୁ ନେଇ ପୁଲିସ ଟିମ୍‌ ଜେରା କରିଛି। ସେମାନଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ପୁଲିସ ଯଥାସମ୍ଭବ ଚେଷ୍ଟା ଚଳାଇଛି। ପୁଲିସ ସହ ଆୟକର ବିଭାଗର ଟିମ୍‌ ମଧ୍ୟ ପଚରାଉଚରା କରିଛି। କିନ୍ତୁ ମାତ୍ର ଗୋଟିଏ ଦିନରେ ପୁଲିସ ସେମାନଙ୍କ କଳା କାରନାମାର ଗୁମର ଫିଟାଇବାକୁ କେତେ ଦୂର ସମର୍ଥ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ବ୍ୟବସାୟୀ, ବଡ଼ବଡ଼ ଠିକାସଂସ୍ଥା ଓ ପଦସ୍ଥ ସରକାରୀ ବାବୁମାନଙ୍କ ସହିତ କୋଟିକୋଟି ଟଙ୍କାରେ ଖେଳୁଥିବା ଏହି ଅଭିଯୁକ୍ତଦ୍ବୟଙ୍କ ଭାନୁମତି ପେଡ଼ି ସତରେ ଖୋଲିବ କି ନା, ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଅନୀଲ୍‌ ନାଁରେ ଥିବା ୬ଟିଯାକ କମ୍ପାନିର କାମ, ହଂସିକାଙ୍କ ନାଁରେ ଥିବା ରିୟଲ୍‌ ଇଷ୍ଟେଟ୍‌ ସଂସ୍ଥାର ବ୍ୟବସାୟ ସାଙ୍ଗକୁ ବିଭିନ୍ନ ନାମୀ ସଂସ୍ଥାର ସିଏସ୍‌ଆର୍‌ ପାଣ୍ଠି ପରିଚାଳନା ଉପରେ ପୁଲିସ କି ପ୍ରକାର ତଥ୍ୟ ବାହାର କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁଲିସ ସେମାନଙ୍କ କଳା ସାମ୍ରାଜ୍ୟ ପିଛା ପଡ଼ିଥିବା ବେଳେ ଆୟକର ବିଭାଗ ସେମାନଙ୍କ କଳାଟଙ୍କାର ଉତ୍ସ ଓ ବିନିଯୋଗ ଉପରେ ଖୋଳତାଡ଼ ଚଳାଇଛି।  

ad-week
Leave A Reply

Your email address will not be published.