ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଲେ ମହାମହିମ

add-all

ଭୁବନେଶ୍ବର : ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଆଜି ଶେଷ ଦିନ । ଉଦଯାପନୀ ଉତ୍ସବରେ ସାମିଲ ହେଲେ ହୋଇ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏହାପୂର୍ବରୁ ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଥିଲେ ମହାମହିମ ।

ଷ୍ଟଲ ବୁଲିବା ପରେ ଜନତା ମଇଦାନରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ପ୍ରବାସୀ ଭାରତୀୟ ସମ୍ମାନ। ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆମେରିକାର ୩, ରୁଷର ୨ ସମେତ ଅଷ୍ଟ୍ରେଲିଆ, ଜାପାନ, ସ୍ପେନ ଆଦି ବିଭିନ୍ନ ଦେଶର ୨୭ ଭାରତୀୟ ବଂଶଦ୍ଭୋବ ସମ୍ମାନିତ ହୋଇଛନ୍ତି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ବିଶେଷଙ୍କ ନାଁ ଘୋଷଣା ହୋଇଥିଲା ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି  ବରଂ ନିୟୁତ ନିୟୁତ ଲୋକ ଆପଣମାନଙ୍କୁ ଆଦର୍ଶ ମାନୁଛନ୍ତି ।  ବିକଶିତ ଭାରତ ନିର୍ମାଣରେ ଆପଣମାନଙ୍କ ସହଯୋଗ ଜରୁରୀ। ଭାରତ ସରକାର ଏନ୍‌ଆରଆଇମାନଙ୍କ ପାଇଁ ବହୁତ ଯୋଜନା କରିଛନ୍ତି।

ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।  ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି ।

ad-week
Leave A Reply

Your email address will not be published.