ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ର ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ…

add-all


ଚିକିଟୀ— ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ଦିନରେ ପାଇବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ବୈଠକ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ନେତୃତ୍ୱରେ ହୋଇଥିଲା l ଏଥିରେ ଅଞ୍ଚଳ ର ଯୋଗ୍ୟ ହିତାଧିକାରୀ କିପରି ଆବାସ ଯୋଜନାର ସୁବିଧା ଉଠାଇ ପାରିବେ ସେଥିପାଇଁ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ବେଳେ ଉକ୍ତ ଯୋଜନା କୁ ସଫଳ କରିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରକାଶ କରିଛନ୍ତି l ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ୨.୦ର ଦାୟିତ୍ୱରେ ଥିବା ରୂପାଲୀ ଦାସ ମହିଳା ଓ ସ୍ଵତନ୍ତ୍ର ବର୍ଗ ହିତାଧିକାରୀଙ୍କୁ ପ୍ରାଥମିକତା ଦେବା ସହ ଯୋଜନାରେ ଥିବା ନିୟମ ଅନୁଯାୟୀ କିପରି ଭାବେ ଆବେଦନ କରି ହେବ ତାହା ଉପରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ ଙ୍କ ସହ ସମସ୍ତ କାଉନସିଲର, ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ଓ ସମସ୍ତ ଅଫିସ କର୍ମଚାରୀ ପ୍ରମୁଖ ଯୋଗ ଦାନ କରିଥିଲେ l

ad-week
Leave A Reply

Your email address will not be published.