ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା

add-all

ତ୍ରିଭେନ୍ଦ୍ରମ : ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଫସିଛନ୍ତି ଜଣେ ବିଜେପି ନେତା। କେରଳ ବିଜେପି ନେତା ପିସି ଜର୍ଜଙ୍କ ନାଁରେ ଏଥିପାଇଁ ରୁଜୁ ହୋଇଛି ମାମଲା। ଜର୍ଜ ଦେଇଥିବା ବୟାନ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାର ଆଶଙ୍କା ଥିବା କହି ପୁଲିସ୍‌ ମାମଲା କରିଛି।
ଜର୍ଜ ନିକଟରେ ଗୋଟିଏ ଟିଭି ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ ସେ ଗୋଟିଏ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରିଥିଲେ। ଏହି ବୟାନ ଶୁଣିବା ପରେ ମୁସଲିମ ୟୁଥ ଲିଗ ମ୍ୟୁନିସପାଲ କମିଟି ଇରାଟ୍ଟୁପେଟ୍ଟା ପୁଲିସ୍‌ରେ ଅଭିଯୋଗ କରିଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ବିଜେପି ଏହି ବରିଷ୍ଠ ନେତାଙ୍କ ନାଁରେ ଶୁକ୍ରବାର ପୁଲିସ୍‌ ମାମଲା କରିଛି।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.