ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’

add-all

ବାରିପଦା: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’ । ୬୬ ବର୍ଷ ବୟସରେ ଚହଲାରେ ‘ମହେନ୍ଦ୍ର’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲା ‘ମହେନ୍ଦ୍ର’ । ଅନେକ ଦିନ ଧରି ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି । ଆଜି ଏକ ଡ଼ାକ୍ତରୀ ଟିମ୍ ଚହଲାରେ ପହଞ୍ଚି ବ୍ୟବଚ୍ଛେଦ କଲା ପରେ ମହେନ୍ଦ୍ରର ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ଗୁରୁତ୍ଵପୁର୍ଣ୍ଣ ଭୁମିକା ଲିଭଉଥିଲା ମହେନ୍ଦ୍ର । ସେମାନଙ୍କୁ ଧରିବାକୁ ବନବିଭାଗକୁ ସହାୟତା କରୁଥିଲା ମହେନ୍ଦ୍ର । ଗତ ୨୦୧୯ ଜାନୁଆରୀ‌ରେ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘ ସୁନ୍ଦରୀ ଉପରେ ନଜର ରଖିବା ପାଇଁ ମହେନ୍ଦ୍ରକୁ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। ମହେନ୍ଦ୍ର ପିଠିରେ ବସି ବନ ବିଭାଗ ସୁନ୍ଦରୀର ଗତିପଥ ଉପରେ ନଜର ରଖୁଥିଲା। କିନ୍ତୁ ଘଟଣାକ୍ରମେ ସୁନ୍ଦରୀର ମୃତ୍ୟୁ ହୋଇଯିବା ପରେ ମଧ୍ୟ ମହେନ୍ଦ୍ରକୁ ଫେରାଇ ଅଣାଯାଇନଥିଲା। ଦୀର୍ଘ ୫ ବର୍ଷ ଧରି ମହେନ୍ଦ୍ର ସେଠାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ଥିଲେ। ମହେନ୍ଦ୍ରକୁ ଫେରାଇ ଆଣିବାକୁ ବାରମ୍ବାର ଦାବି କରାଯିବା ପରେ ଶେଷରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ମହେନ୍ଦ୍ରକୁ ଗତ ୨୦୨୪ ଜୁନ ମାସରେ ଶିମିଳିପାଳକୁ ପୁଣି ଫେରାଇ ଅଣାଯାଇଥିଲା । ମାତ୍ର ଫେରିବା ପରଠାରୁ ତା’ର ଦେହ ଅସୁସ୍ଥ ଥିଲା । ଶିମିଳିପାଳର ଚହଲାଠାରେ ତା’ର ଚିକିତ୍ସା ଚାଲିଥିଲା। ବନ ବିଭାଗ ଟିମ ସମେତ ପ୍ରାଣୀ ଚିକିତ୍ସକ ଦଳ ମହେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ।

ad-week
Leave A Reply

Your email address will not be published.