ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ତିମାପୁର ଗାଁରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ଜଣେ ୧୦ ବର୍ଷର ଶିଶୁକନ୍ୟା ହୋଇଛନ୍ତି।

ତିମାପୁର ଗ୍ରାମର ସୋଡି ମଲେ(୧୦) ଜଙ୍ଗଲ ଦେଇ ଆସୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ସୁକମା ମେଡିକାଲରେ ଚିକିତ୍ସା ଲାଗି ଶିଶୁକନ୍ୟାଙ୍କୁ ଭର୍ତ୍ତି କରିଥିଲେ।

ନକ୍ସଲ ଜଙ୍ଗଲର ସ୍ଥାନେ ସ୍ଥାନେ ବୋମା ଖଞ୍ଜିଥିବା ଦେଖିବାକୁ ମିଳୁଛି। ସେହିପରି ବିଜାପୁର ଜିଲ୍ଲାର ଜଙ୍ଗଲ ଥାନା ଅଞ୍ଚଳର ଜାଗୁରକୋଣ୍ଡା ଅଞ୍ଚଳରେ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇଥିଲେ। ବୋମା ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ଆହତ ଯବାନମାନେ ହେଲେ ରାମସୁ ମାଜ୍ଜି ଏବଂ ଗଜେନ୍ଦ୍ର ସୋଡି। ଦୁଇ ଆହତ ଯବାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.