ମକର ସଂକ୍ରାନ୍ତି ପାଇଁ ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଭିଡ

add-all

ଖୋର୍ଦ୍ଧା : ଆଜି ପବିତ୍ର ମକର ସଂକ୍ରାନ୍ତି । ବେଶ ଚଳଚଞ୍ଚଳ ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରି । ଏଠିକାର ପ୍ରସିଦ୍ଧ ବାବା ହାଟକେଶ୍ୱର ମହାଦେବଙ୍କ ଏହି ମକର ସଂକ୍ରାନ୍ତି ଅବସରରେ ରହିଛି ଅଲୌକିକ ମାହାତ୍ମ୍ୟ । ପ୍ରବାଦ ରହିଛି ଏହି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ଏଠାରେ ମାନସିକ ରଖି ମାନସିକ ଗୁଆ ସେବନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିବା ସହିତ ମକର ସକ୍ରାନ୍ତି ଦିନ ବାବା ହାଟକେଶ୍ୱର ମହାଦେବଙ୍କୁ ଦର୍ଶନ ସହିତ ସାନିଧ୍ୟ ପ୍ରାପ୍ତ ହୋଇଥାନ୍ତି। ଏଠାକାର ଆଉ ଏକ ଆକର୍ଷଣ ହେଇଛି ଉଷ୍ମ ପ୍ରସବଣ।

ଏଠାରେ କେବଳ ରାଜ୍ୟ ବରଂ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଶତାଧିକ ନିସନ୍ତାନ ନାରୀ ନିଜର ମାନସିକ ରଖି ଏଠାକୁ ଆସିଥାନ୍ତି। ଯେଉଁମାନଙ୍କର ପୁଅ ଝିଅ ପ୍ରାପ୍ତି ହୋଇଥାଏ, ସେମାନେ ପୁଣି ଥରେ ଏଠାକୁ ଆସି ନିଜ ପିଲାର ମାନସିକକୁ ମଣ୍ଡନ କରିବା ସହିତ ହଟ୍ଟକେଶ୍ୱର ଦେବଙ୍କ ନାମ ଅନୁସାରେ ନିଜ ପୁଅର ନାମ ହଟିଆ ବୋଲି ରଖିଥାନ୍ତି । ଏହା ସହିତ ହାଟକେଶ୍ୱର ଦେବ ଆଖପାଖ ଅଞ୍ଚଳର ପ୍ରତ୍ୟେକ୍ଷ୍ୟ ଠାକୁର ହୋଇଥିବାରୁ ମକର ସଂକ୍ରାନ୍ତି ଦିନ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ି ଦେଖିବାକୁ ମିଳିଥାଏ ।

ମକରମେଳା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତଙ୍କ ସହଯୋଗ ମଧ୍ୟ ପ୍ରସଂଶନୀୟ। ମୋଟାମୋଟି ଭାବେ ଆଜି ବିଂଶ ଶତାବ୍ଦୀର ଦୁନିଆରେ ବିଶ୍ୱାସ ଆଗରେ ହାର ମାନିଛି ବିଜ୍ଞାନ କହିଲେ ଅତ୍ୟୁକ୍ତି ହେବନାହିଁ। ବଡ଼ ବଡ଼ ଡ଼ାକ୍ତରଙ୍କ ପାଖରୁ ନିରାଶ ହୋଇ ଫେରିବା ପରେ କାହିଁ କେତେ ଦୂରରୁ ନିସନ୍ତାନ ନାରୀ ଏଠାକୁ ଚାଲି ଆସିଥାନ୍ତି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାର ଅନେକ ଶ୍ରଦ୍ଧାଳୁ ବାବା ହଟ୍ଟକେଶ୍ୱରଙ୍କ ପାଖକୁ ଟାଣିହୋଇ ଆସିଥାନ୍ତି।

ad-week
Leave A Reply

Your email address will not be published.