ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ…

add-all

ସରକାର ଙ୍କ ଭିନ୍ନକ୍ଷମ ଓ ବୃଦ୍ଧ, ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ବର୍ଦ୍ଧିତ ଭତ୍ତା ଏକ ଧୂଆଁ ବାଣ…!!

ହିଞ୍ଜିଳିକାଟୁ, ତା ୧୮।୧: ଭିନ୍ନକ୍ଷମ ଓ ବୃଦ୍ଧ, ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ସମୟରେ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାସିକ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା ପ୍ରଣୟନ କରିଛନ୍ତି। ଭିନ୍ନକ୍ଷମ, ବିଧବା, ୬୦ ବର୍ଷରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଭତ୍ତା ରାଶି ବାବଦକୁ ୧ ହଜାର ଟଙ୍କାରୁ ସାଢେ ୩ ହଜାର ଟଙ୍କା ଲେଖାଏଁ ଭତ୍ତା ରାଶି ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ। ବହୁ ଦିନର ବ୍ୟବଧାନ ପରେ ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ, ବୃଦ୍ଧା ଏବଂ ଭିନ୍ନକ୍ଷମ କ୍ଷେତ୍ରରେ ୮୦ ପ୍ରତିଶତରୁ ଅଧିକ ଶାରୀରିକ ବିକଳାଙ୍ଗଙ୍କୁ ମାସିକ ୩ ହଜାର ୫ ଶହ ଟଙ୍କା ଲେଖାଏଁ ଭତ୍ତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଥିଲେ।‌ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳର ବହୁ ବୃଦ୍ଧ, ବୃଦ୍ଧା ଓ‌ ୮୦%ରୁ ଅଧିକ ଶାରୀରିକ ଅକ୍ଷମ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତାରାଶି ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବର୍ଦ୍ଧିତ ଭତ୍ତାରାଶି ପାଇବାକୁ ହକଦାର ଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତାରାଶି ପ୍ରଦାନ କରାଯାଉନଥିବାରୁ ସ୍ଥାନୀୟ ପୈାରାଞ୍ଚଳ ଗାୟତ୍ରୀ ନଗର ୩ୟ ଲାଇନର ବାସିନ୍ଦା ଅନ୍ତର୍ଯ୍ୟାମୀ ସାହୁ ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ସ୍ଥାନୀୟ ପୈାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ବୁଝାସୁଝା କରି ଘରକୁ ଫଠାଇଥିବା ଦେଖିବାକୁ ମିଳିଛି। ସେହିପରି ସ୍ଥାନୀୟ ପୈରାଞ୍ଚଳ ପାଟଣା ସାହି ବାସିନ୍ଦା କିଆ ସେଠି (୮୧) ଓ ତାଙ୍କରି ଭିନ୍ନକ୍ଷମ ଝିଅ ଶାନ୍ତି ସେଠି ୧୦୦ ପ୍ରତିଶତ ଶାରୀରିକ ଅକ୍ଷମ ରହିଥିଲେ ମଧ୍ୟ ପୈାର ପ୍ରଶାସନ ପକ୍ଷରୁ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ପୈରାଞ୍ଚଳର କୃଷ୍ଣ ସାହୁ, ଭଗିଆ ସେଠି, ଯୋଗିଆ ସେଠିଙ୍କ ନିକଟରେ ୧୦୦ ପ୍ରତିଶତ ଶାରୀରିକ ଅକ୍ଷମ ପ୍ରମାଣପତ୍ର ରହିଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ରାଶି ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସେହିପରି ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ସରୋଜିନୀ ପଣ୍ଡା, ଦେବକୀ ଦାସ, ରାମକୃଷ୍ଣ ବେହେରାଙ୍କ ବୟସ ୮୦ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ କରିଛନ୍ତି। ଏ ନେଇ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମ ରହିଥିବା ଭିନ୍ନକ୍ଷମ ମାନଙ୍କ ଡିଜିଟାଲ ପ୍ରମାଣପତ୍ର ଦାଖଲ କରିବାକୁ ନିବେଦନ କରିବା ସହ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବୃଦ୍ଧ, ବୃଦ୍ଧା ମାନେ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.