ନକ୍ସଲ ସୁଡଙ୍ଗ ଠାବ, ସୁଡଙ୍ଗରେ ବୋମା ଓ ବନ୍ଧୁକ ତିଆରି କାରଖାନା

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର,ସୁକମା ଏବଂ ତେଲେଙ୍ଗାନା ସୀମାରେ ଗତ ଦୁଇ ଦିନ ତଳେ ହୋଇଥିବା ବଡ଼ ଧରଣର ଅପରେସନରେ ୧୨ ଜଣ ନକ୍ସଲ ମୃତ୍ୟୁ ବରଣ କରିଥିଲେ। ଏଥିରେ ୫ ଜଣ ମହିଳା ନକ୍ସଲ ଥିବାବେଳେ ୭ ଜଣ କ୍ୟାଡର ନକ୍ସଲ ମୃତ୍ୟୁବରଣ କରିଥିଲେ। ବିଜାପୁର ଜିଲ୍ଲା ସୀମାରେ ରହିଥିବା ତୁମରେଲ ଏବଂ ତଲପେରୁ ନଦୀ ମଧ୍ୟରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରେ ଏକ ବିଶାଳ ସୁଡଙ୍ଗ ଠାବ କରିଛନ୍ତି।
ତେବେ ଯବାନ ଅତି ସତର୍କତାର ସହ ସୁଡଙ୍ଗ ଭିତରେ ପଶିଥିଲେ। ଯବାନ ସୁଡଙ୍ଗରେ ପଶି ଯାହା ଦେଖିଲେ ସେମାନଙ୍କର ହୋସ୍ ଉଡିଯାଇଥିଲା। ସୁଡଙ୍ଗ ଭିତରେ ବୋମା ଓ ବନ୍ଧୁକ ତିଆରି କରିବା କାରଖାନା ମହଜୁଦ ରହିଥିବା କୁହାଯାଉଛି। ନକ୍ସଲ ନୂତନ ଧରଣର ଟେକନିକ ବ୍ୟବହାର କରି ବୋମା ଏବଂ ବନ୍ଧୁକ ତିଆରି କରୁଥିଲେ।
ସୁଡଙ୍ଗ ଭିତରେ ବୋମା ତିଆରି କରିବା ପାଇଁ କାଚ ବୋତଲଗୁଡିକ ପଡିଥିଲା। ସେହିପରି ବନ୍ଧୁକ ତିଆରି କରିବା ପାଇଁ ମେସିନ,ବିଦ୍ୟୁତ ତାର ସହ ବହୁ ବୋତଲ ବୋମା ପଡି ରହିଥିଲା। ମାଟି ତଳେ ବହୁ ପରିମାଣର ବିଦ୍ୟୁତ ତାର ଦେଖି ଯବାନ ଆଶ୍ଚର୍ଯ୍ୟ ହୋଇଥିଲେ।
ନକ୍ସଲ କିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ସୁଡଙ୍ଗ ତିଆରି କରିବା ସହ ଏତେ ବଡ଼ ବନ୍ଧୁକ କାରଖାନା କରିଥିଲେ। ଯାହାକୁ ଯବାନ ଠାବ କରି ନକ୍ସଲଙ୍କର ଅଣ୍ଟା ଭାଙ୍ଗି ଦେଇଛନ୍ତି। ଏହି ସୁଡଙ୍ଗ ଠାବ ପରେ ନକ୍ସଲଙ୍କୁ ଆଉ ବନ୍ଧୁକ ଏବଂ ବୋମା ମିଳିବା କଷ୍ଟକର ହୋଇପଡିବ।
ଯବାନ ଏବେ ଆବୁଝମାଡ ଜଙ୍ଗଲକୁ ତନ୍ନତନ୍ନ କରି ସର୍ଚ୍ଚ କରୁଛନ୍ତି। ଜଙ୍ଗଲରେ ନକ୍ସଲଙ୍କର ଏଭଳି ସୁଡଙ୍ଗକୁ ଠାବ କରି ତାକୁ ଧ୍ବଂସ କରୁଛନ୍ତି। ତେବେ ଏହି ଅପରେସନରେ ଦୁଇଟି ବଡ଼ ସଫଳତା ଯବାନଙ୍କୁ ମିଳିବା ପରେ ସେମାନଙ୍କର ମନୋବଳ ବଢିଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.