ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଓ କ୍ରୀଡା ର ମହତ୍ୱ ସମ୍ପର୍କ ରେ ଉପସ୍ଥିତ କ୍ରୀଡ଼ାବିତ ଙ୍କୁ ବୁଝାଇ ଥିଲେ l

ଦୁଇ ଦିନରେ +୨ ଏବଂ +୩ ସ୍ତରରେ ସମସ୍ତ କ୍ରୀଡା ଆୟୋଜିତ ହୋଇଥିଲା l ଏଥିରେ +୨ ବିଭାଗ ରୁ ପ୍ରିୟତମା ମଲ୍ଲିକ ଚମ୍ପିୟାନ ହୋଇଥିବା ବେଳେ ରାହୁଲ ଦିଗାଳ ଓ ଦୁଷ୍ମନ୍ତ ବଳିୟାର ସିଂ ଯୁଗ୍ମ ଚମ୍ପିୟାନ ହୋଇଥିଲେ, ସେହିପରି +୩ ବିଭାଗ ରୁ ଆଶିବଲ ନୂଆମାଝୀ ଓ ତୃପ୍ତିମୟୀ କହଁର ଚମ୍ପିୟାନ ହୋଇ ଅତିଥିଙ୍କ ଠାରୁ ମାନପତ୍ର ସହ ପୁରସ୍କାର ଗ୍ରହଣ କରିଥିଲେ l ଏଥିରେ ମହାବିଦ୍ୟାଳୟର ଖେଳ ଶିକ୍ଷକ ଗଙ୍ଗାଧର ପଣ୍ଡା ଙ୍କ ସମେତ ଅଧ୍ୟାପକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ, ଡ଼.ସୁଶାନ୍ତ କୁମାର ଦାସ, ବରିଷ୍ଠ କ୍ରୀଡ଼ାବିତ ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ, ରୂପକ ନାୟକ, ହେମନ୍ତ ପାତ୍ର, ଗୌରବ ପ୍ରଧାନ, ରାଜେଶ ଦିଗାଳ, ଦେବେନ୍ଦ୍ର ଦଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.