କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ

add-all

ଆସିକା : ଆସିକା ସହରର ଶତାୟୁ ବର୍ଷର ସର୍ବ ପୁରାତନ କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଆସିକା ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର ୧୪ ନିରଞ୍ଜନ ନଗର ରେ ଥିବା ଏହି ପାଠାଗାରକୁ ସୁଚାରୁରୂପେ ପରିଚାଳନା କରିବା, ପୁରାତନ ପାଠାଗାର ପ୍ରତି ଅଞ୍ଚଳ ର ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ ଏବଂ ପାଠକ ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଥଲା l ଆଜି ପୂର୍ବାହ୍ନ ରେ କୃଷ୍ଣ ସିଂହ ପାଠାଗାର କକ୍ଷ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା ଙ୍କ ଅଧକ୍ଷତା ରେ ୦୨/୦୩/୧୯୧୬ ରୁ ଆରମ୍ଭ ହୋଇଥିବା ପାଠାଗାର ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ, ବରିଷ୍ଠ ଶିକ୍ଷାl ବିତ ପ୍ରଫୁଲ୍ଲ ପାଣିଗ୍ରାହୀ, ତାରିଣୀ ସେନାପାତି, ପୂର୍ବତନ କାଉନସିଲର ରଶ୍ମିତା ସେନାପତି, ପ୍ରମୁଖ ଉପସ୍ଥିତ ରହିଥିଲେ l ସର୍ବପୁରାତନ ୧୦୯ ବର୍ଷର ପାଠାଗାର କୁ କିଭଳି ପୁନଃ ଜୀବିତ ହେବା ନିମନ୍ତେ ଏକ ନୂତନ ପରିଚାଳନା କମିଟି ମନୋନୀତ କରିଥିକେ l ଉପଦେଷ୍ଟା ରୂପେ ପୂର୍ବତନ ନଗରପାଳ ଆଇନଜୀବୀ ଦେବୀପ୍ରସାଦ ରଥ, ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା, ଆଇନଜୀବୀ ସରୋଜ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ ପାଣିଗ୍ରାହୀ,ସଭାପତି ରୂପେ ଆଇନଜୀବୀ ବ୍ରହ୍ମାନନ୍ଦ ରାଓ,ଉପ ସଭାପତି ତାରିଣୀ ସେନାପତି, ସମ୍ପାଦକ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ସାହୁ, ଯୁଗ୍ମ ସମ୍ପାଦକ ଅନିଲ ପାଣିଗ୍ରାହୀ,କୋଷାଧକ୍ଷ ସାମ୍ବାଦିକ ସରୋଜ ଦାସ ସଦସ୍ୟ ରୂପେ ଆଇନଜୀବୀ ସୂର୍ଯ୍ୟପ୍ରକାଶ ରାଓ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଶିକ୍ଷକ ଶିବରାମ ମହାରଣା, କିଶୋର ଚନ୍ଦ୍ର ସାହୁ,ଯୁବ ସାମ୍ବାଦିକ ହରିହର ପାଢ଼ୀ, ଦଣ୍ଡପାଣି ବେହେରା, ପ୍ରଭାକର ବେହେରା, ଏସ ପ୍ରସାଦ ରାଓ ଆଚାରୀ, ଶେଖ ବାହାଜାନ, ଶ୍ରୀନିବାସ ପାତ୍ର, ନିରଞ୍ଜନ ପ୍ରମୁଖ କୁ ମନୋନୀତ କରାଯାଇଛି l

ad-week
Leave A Reply

Your email address will not be published.