ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟା ପି. ମହାଲକ୍ଷ୍ମୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା ରମାକାନ୍ତ ପାଢି ସଭାପତିତ୍ବ କରିଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଉପଦେଷ୍ଟା ଅନନ୍ତରାମ ପାଢି, ଆଇନଜୀବି ରଜନୀକାନ୍ତ ପାଢି, ବଣିକ ସଂଘ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବସନ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ଓ ସେବିକା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.