ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳନ

add-all

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳିତ ହୋଇଯାଇଛି l ଏ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରାଜା ହରିହର ମର୍ଦ୍ଦରାଜଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି ସଭାରେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରତିଷ୍ଠାରେ ରାଜା ହରିହର ମର୍ଦ୍ଦରାଜ ଙ୍କର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ବରିଷ୍ଠ ପ୍ରାଧ୍ୟାପକ ଡ. ଦୀପକ କୁମାର ମିଶ୍ର ,ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ,କୁଳସଚିବ ସୁଶ୍ରୀ ଶାନ୍ତି ସୁଧା ପାତ୍ର,ଅଧ୍ୟାପିକା ଡ. ସୁସ୍ମିତା ପଟ୍ଟନାୟକ, ଅଧ୍ୟାପକ ଡ ସମ୍ବିଦ ମିଶ୍ର, ଡ. ସସ୍ମିତା ବଳିୟାର ସିଂ,ଡ. ବିଭୁ ପ୍ରସାଦ ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ l କର୍ମଚାରୀ ତାରିଣୀ ବେହେରା ,ବିଷ୍ଣୁ ପାତ୍ର, ନିହାରିକା ନାୟକ, ସନ୍ତୋଷ ବେହେରା, ଉମା ରାଓ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ଶ୍ରଦ୍ଧା ସୁମନ ବାଢିଥିଲେ l

ad-week
Leave A Reply

Your email address will not be published.