ଆଠ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ପୁତୁରାର ଦୁଷ୍କର୍ମ ଅଭିଯୋଗ

add-all

ବାଲିଗୁଡା : ଆଠ ମାସ ର ଗର୍ଭବତୀ ଖୁଡି ଙ୍କୁ ସମ୍ପର୍କୀୟ ଜଣେ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରା କୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡି ଙ୍କୁ କାଠ ଫାଳିଆ ରେ ପିଟିବା ସହ ଗର୍ଭବତୀ ମହିଳା ଙ୍କ ଶରୀର କୁ ଚୋବେଇ ଲାତ ଗୋଇଠା ପ୍ରହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି l ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡି ଙ୍କୁ ନେଇ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ l ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ଖୁଡି ଙ୍କୁ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ଭର୍ତି କରାଇଥିଲେ l କିନ୍ତୁ ଗର୍ଭବତୀ ମହିଳା ଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତ ରୁ ଆସିଛି ଏପରି ଅଭାବନୀୟ ଘଟଣା l ସେହି ଗ୍ରାମର ସମ୍ପର୍କୀୟ ପୁତୁରା ଜଣକ ଘରେ କେହି ନଥିବା ର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ପୀଡିତା ଙ୍କ ସ୍ୱାମୀ କହିଛନ୍ତି l ତେବେ ଏ ନେଇ କୌଣସି ଲିଖିତ ଅଭିଯୋଗ ବାଲିଗୁଡା ଥାନାରେ ହୋଇନଥିବା ଜଣା ପଡିଛି l

ad-week
Leave A Reply

Your email address will not be published.