ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ବୋଝେଇ ଗାଡ଼ି ମାଡ଼ିଗଲା ଗୃହ ଭିତରକୁ ଅଳ୍ପକେ ବର୍ତ୍ତିଲେ ମହିଳା। ଆଜି ଭୋର ୫ ଘଣ୍ଟା ସମୟରେ ଆସିକା ସୁନାମ୍ବ ସାହିର କୁମାରୀ ଦାଶ ତାଙ୍କର ଘର ନିକଟରେ ଠିଆ ହୋଇଥିବା ବେଳେ ବେଆଇନ ବାଲି ନେଇ ଦ୍ରୁତ ଗତିରେ ଏକ ହାଇୱା ତାଙ୍କ ଘରରେ ଧକ୍କା ଦେଇଥିଲା। କୁମାରୀ ଦାଶ ଗାଡ଼ିକୁ ଦେଖି ଧାଇଁ ଚାଲିଯିବା ଫଳରେ ସେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି। ଦୁର୍ଘଟଣା ଘଟେଇ ସେଠାରୁ ହାଇୱା ଚାଲିଯାଉଥିବା ବେଳେ ସାହି ବାସିନ୍ଦା ଗାଡ଼ିକୁ ଅଟକ ରଖି ପୋଲିସ ଓ ତହସିଲଦାରଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳକୁ ଆସିକା ଏସ.ଡ଼ି.ପିଓ ଆସି ଦୁର୍ଘଟଣା ଘଟେଇ ଥିବା ହାଇୱା ସମେତ ଅନ୍ୟ ବାଲି ଚଲାଣ ହେଉଥିବା ହାଇୱା କୁ ଥାନାକୁ ନେଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଆସିକା ସହରର ଜନଗହଳି ପୂର୍ଣ୍ଣ ସୁନାମ୍ବ ସାହିରେ ସଞ୍ଜନଇଁଲେ ଅବାଧ ରେ ହାଇୱା, ଟିପର ଓ ଟ୍ରକରେ ଚୋରାରେ ବାଲି ଚାଲାଣ ଆରମ୍ଭ ହୁଏ ଭୋର ପର୍ଯ୍ୟନ୍ତ। ଏହି ବାଲି ଗାଡ଼ି ସୁନାମ୍ବ ସାହି ଦେଇ ପୋଲିସ ଥାନା ଓ ତହସିଲ ଅଫିସ ର ମୁଖ୍ୟ ରାସ୍ତାରେ ଯିବା ଆସିବା କରନ୍ତି। ରୀତିମତ ସାହି ବାସିନ୍ଦା ବେଆଇନ ବାଲି ଚାଲାଣ ସମ୍ପର୍କ ରେ ପ୍ରଶାସନ ନିକଟରେ ଅଭିଯୋଗ କରିଲେ ବି କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଆସିକା ଅଞ୍ଚଳରେ ବାଲି ମାଫିଆ ମାନଙ୍କ ପ୍ରତି ଖଣି. ରାଜସ୍ୱ. ପୋଲିସ ବିଭାଗ ସମେତ ନେତା ମାନଙ୍କ ଆଶୀର୍ବାଦ ଯୋଗୁଁ ଖୁଲାମ ଖୁଲା ଏପରି ଖଣିଜ ପଦାର୍ଥ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ଆଜିର ଏହି ଦୁର୍ଘଟଣା ପରେ ସାହି ବାସିନ୍ଦା ଏହି ବେଆଇନ ବାଲି ଚାଲାଣ ବନ୍ଦ କରିବାକୁ କୋଠର ପଦକ୍ଷେପ ନେବାକୁ ସଜ ବାଜ ହେଉଥିବା ଜଣାପଡିଛି। ପ୍ରକାଶ ଥାଉକି ଆସିକା ଅଞ୍ଚଳ ରେ ଦୁଇ ତିନି ଦିନ ଭିତରେ ୫/୬ ଗାଡ଼ିକୁ ବେଆଇନ ଭାବେ ବାଲି ଚାଲାଣ ବେଳେ କିଏ ଧରୁଛି। କାହା ନିର୍ଦ୍ଧେଶ ରେ ଛଡା ଯାଉଛି। ଗଣମାଧ୍ୟମ କୁ ଅନ୍ଧାର ରେ ରଖାଯାଉଛି। ଆସିକା ରେ ବେଆଇନ ବାଲି ଚାଲାଣ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟକରୁଛି। ବାଲି ମାଫିଆ ମାନଙ୍କ ପାଖରେ ପୁରା ସିଷ୍ଟମ ବନ୍ଧା ପଡିଥିବା ନେଇ ଚର୍ଚ୍ଚା ହେଉଛି।
