ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ନିସର୍ତ୍ତ ରେ ପୂର୍ବରୁ ଆସିକା ଖମ୍ବେଶ୍ୱରୀ ମନ୍ଦିର ପଛପଟେ ଠିକାଦାର ମାନଙ୍କ ଏକ ବୈଠକ ରେ ଟେଣ୍ଡେର ଫିକ୍ସ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ନେଇ ପ୍ରକାଶ ହୋଇଥିଲା। ତାହାର ନଗ୍ନ ନମୁନା ଏବେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଆସିକା ଉପଖଣ୍ଡ ର ବିଭିନ୍ନ ବ୍ଲକ ରେ ଦେଖିବାକୁ ମିଳିଛି।ଆମ୍ବପୁଅ ରୁ ଚାଟୁଳା ରାସ୍ତା ନିର୍ମାଣ ସକାଶେ ୮ଲକ୍ଷ ୪୭ ହଜାର, ଆସିକା ନୂଆଗାଁ ଠାରୁ କେନାଲ ରୋଡ଼ ୫ଲକ୍ଷ ୯୩ ହଜାର, ଜାତୀୟ ରାଜପଥ ଠାରୁ ଜଗଦଲ ପୁର ରୋଡ଼ ୧୯ଲକ୍ଷ ୧୯ହଜାର, ଜୟପୁର ରୁ ତରାସିଂଙ୍ଗି ରୋଡ଼ ୫ଲକ୍ଷ ୯୩ହଜାର ଲଛମନ ପଲ୍ଲୀ ଠାରୁ ଦେବଭୂମି ରାସ୍ତା ନିର୍ମାଣ ସକାଶେ ୮ଲକ୍ଷ ୪୭ ହଜାର ଟଙ୍କାର ଟେଣ୍ଡେର ଗୁଡ଼ିକୁ ଅତି ଚତୁରତା ସହ ଫିକ୍ସ କରାଯାଇଥିବା ଆଲୋଚନା ହେଉଛି। ଏହା ସମେତ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାବନପୁର ଠାରେ ନିର୍ମାଣ ହେବାକୁ ଥିବା ଏକ କୋଠା ପାଇଁ ୮୦ ଲକ୍ଷ ଟଙ୍କା ମଧ୍ୟ ରହିଛି। ଏହି ସବୁ SR କାର୍ଯ୍ୟ ବୋଲି ଏକ ଅନୁସନ୍ଧାନ ରୁ ଜଣାପଡିଛି। ଆସିକା ଅଞ୍ଚଳ ରେ ପୂର୍ବରୁ ଟେଣ୍ଡର ଫିକ୍ସ ଘଟଣା କେନ୍ଦ୍ରାପଡ଼ା ଠାରୁ ମଧ୍ୟ ବଳି ଯାଇଥିଲା। ଏହାକୁ ନେଇ ଠିକାଦାର ମାନଙ୍କୁ ଧମକ ଚମକ ଓ ଅପହରଣ ଭଳି ଘଟଣା ଘଟିଥିବାର ନଜିର ରହିଛି। ଏବେ ନୂତନ ସରକାର ଆସିବା ପରେ ଠିକାଦାର ମାନଙ୍କୁ ନେଇ ଏହି ଟେଣ୍ଡର ଫିକ୍ସ କରି ବିଭିନ୍ନ କାର୍ଯ୍ୟ ହାତେଇବା ଆରମ୍ଭ ହୋଇଛି ବୋଲି ଚା ଖଟିରେ ଚର୍ଚ୍ଚା ହେଉଛି । ପ୍ରଶାସନ କୁ ହତବାରିସୀ କରି ନେତା ମାନେ କିଛି ଠିକାଦାର ନାମରେ କାମ ନେଉ ଥାନ୍ତି ଅନ୍ୟ କିଛି ଠିକାଦାର ଡମୀ ପରି କାମ କରନ୍ତି ଯାହାଫଳରେ ସରକାରୀ କଳ କୁ କିଏ ଆଙ୍ଗୁଠି ଉଠାଇ ପାରିବ ନାହିଁ l ଯାହାକୁ ନେଇ କିଛି ଠିକାଦାର ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କିନ୍ତୁ ଜୀବନ ଭୟରେ ଚୁପ ରହିବାକୁ ବାଧ୍ୟ ହୁଅନ୍ତି l ଫିକ୍ସଙ୍ଗ ରେ କାମ ପାଇଲା ପରେ ପୁଣି ଉକ୍ତ କାମକୁ ନିଲାମ ହୁଏ ଏବଂ ଚଢ଼ା ଦରରେ ବିକ୍ରି ହୁଏ ବୋଲି ଅଭିଯୋଗ ଆସୁଛି l ତେଣୁ ବେଳ ଥାଉ ଥାଉ ରାଜ୍ୟସରକାର ପଦକ୍ଷେପ ନ ନେଲେ ଆଇନ ଶୃଙ୍ଖଳା ବିଗିଡ଼ିବା ଓ ମୁଣ୍ଡ ଗଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଲାଣି। ଏହି ଟେଣ୍ଡର ଫିକ୍ସର ମାଷ୍ଟେର ମାଇଣ୍ଡ କିଏ ଓ ତା ପଛରେ କାହାର ଆଶୀର୍ବାଦ ରହିଛି। ତଦନ୍ତ କରିଲେ ପ୍ରକୃତ ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
