ଷଷ୍ଠଶ୍ରେଣୀରୁ ନେଇଁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ପାସବୁକ ଖୋଲାଗଲା !

add-all

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା ୨୧/୦୧/୨୦୨୫ ରିଖ ମଙ୍ଗଳବାର ଦିନ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ପ୍ରବନ୍ଧକ ଶ୍ରୀଯୁକ୍ତ ସବ୍ୟସାଚୀ ମେହେର କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପହୁଁଚି ନିଜ ଷ୍ଟାପ ମାନଙ୍କୁ ନେଇଁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରୁ ନେଇଁ ଅଷ୍ଟମର ପ୍ରତେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ପାସବୁକ ଖୋଲିଥିଲେ | ଏଥିରେ ସ୍ଥାନୀୟ ଗ୍ରାମବାସୀ ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସିଆରସିସି ମନୋରଞ୍ଜନ ନାଏକ ଓ ବିକାଶ ଚନ୍ଦ୍ର ସା ପ୍ରମୁଖ ସହଯୋଗ କରିଥିଲେ ଏବଂ ବ୍ୟାଙ୍କ ଶାଖାର ପ୍ରବନ୍ଧକଙ୍କୁ ପ୍ରଶଂସା କରିଥିଲେ |

ad-week
Leave A Reply

Your email address will not be published.