ଶିକ୍ଷାନୀତି ୨୦୨୦: ଏଣିକି ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଯିବେ ଛାତ୍ରଛାତ୍ରୀ

add-all

ଭୁବନେଶ୍ୱର: ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀ ୧୦ ଦିନ ବିନା ବ୍ୟାଗରେ ଯିବେ ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସବୁ ଛାତ୍ରଛାତ୍ରୀଙ୍କୁ ଏକ ଫନ୍ କୋର୍ସ (Fun Course) ଅର୍ଥାତ୍ ଏକ ମଜାଳିଆ ପାଠ୍ୟକ୍ରମ ନେବାକୁ ପଡିବ।

ଏହା ମୂଖ୍ୟତଃ ଧନ୍ଦାମୂଳକ କାରିଗରିର ଅଂଶବିଶେଷ ହୋଇଥିବ। ଏହି କୋର୍ସରେ କାଠ କାମ, ବୈଦ୍ୟୁତିକ କାମ, ଧାତୁ କାମ, ବଗିଚା କାମ କିମ୍ବା ମାଟିରୁ ଜିନିଷ ପ୍ରସ୍ତୁତି କରିବା ଭଳି କୋର୍ସ ରହିବ। ଏଥିପାଇଁ ୧୦ ଦିନ ପିଲାମାନେ ସ୍କୁଲକୁ ବିନା ବ୍ୟାଗରେ ଯିବେ ଏବଂ ଏହି ସମୟରେ କାମ କରିବେ ଓ କିଛି ଭଲ କାମ ଶିଖିବେ। ଯେମିତିକି ବଢେଇ ସହିତ ୧୦ ଦିନ କାମ କରିପାରିବେ କିମ୍ବା ବଗିଚା କାମ କରୁଥିବା ମାଳି ସହିତ ୧୦ ଦିନ କାମ କରିପାରିବେ।

ସେହିପରି ପିଲାମାନେ କୁମ୍ଭକାର କିମ୍ବା କଳାକାର ସହିତ କାମ କରିପାରିବେ ଓ ଶିଖିପାରିବେ। ଏହି ଧନ୍ଦାମୂଳକ ପାଠ୍ୟକ୍ରମ ଅନଲାଇନ ମାଧ୍ୟମରେ ବି ଉପଲବ୍ଧ ହେବ। ଏହାର ମୂଳ ଉଦ୍ୟେଶ୍ୟ ହେଉଛି କଳା, କୁଇଜ୍, କ୍ରୀଡ଼ା ଏବଂ ଧନ୍ଦାମୂଳକ ହସ୍ତଶିଳ୍ପ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା। ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ୬ ବର୍ଷ ବୟସ ହୋଇଥିବା ଦରକାର। ନଚେତ୍ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ। ଏହା ଦ୍ବାରା ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ।

ad-week
Leave A Reply

Your email address will not be published.