‘ସାମ୍ବାଦିକଙ୍କୁ ପ୍ରବେଶ ମନା’: ବ୍ଲକ ଅଫିସରେ ଲାଗିଲା ପୋଷ୍ଟର…

add-all

ବ୍ରହ୍ମପୁର // ସାନଖେମୁଣ୍ଡି : ସାମ୍ବାଦିକଙ୍କୁ ବ୍ଲକ ଅଫିସ୍ କାର୍ଯ୍ୟାଳୟ ପ୍ରବେଶ ମାନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ୱାକ୍ଷରରେ ଲାଗିଛି ଏଭଳି ନୋଟିସ। ଆଉ ନୋଟିସରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ‘ସାମ୍ବାଦିକଙ୍କୁ ପ୍ରବେଶ ମନା’। ଯାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି, ଏଭଳି ପୋଷ୍ଟର ମାରିଛି କିଏ?, ନିଜେ ବିଡିଓ, ନା ଅନ୍ୟ କେହି?

ଅନ୍ୟପଟେ, ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଛି, କାଳେ ବ୍ଲକ କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ପଳାଇ ଆସିବ ତେଣୁ ସାମ୍ବାଦିକଙ୍କ ପ୍ରବେଶ ମନା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାମ୍ବାଦିକ।

ଯାହାକୁ ନେଇ ବିଡ଼ିଓଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ, ସେ ଏନେଇ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ତାଙ୍କ କହିବାନୁଯାୟୀ, ମୁ ଜାଣି ନାହିଁ, କିଏ ଏଭଳି ପୋଷ୍ଟର ଲଗାଇଛି। ସାମ୍ବାଦିକଙ୍କ ପ୍ରବେଶ ନେଇ କୌଣସି କଟକଣା ନାହିଁ। ବ୍ଲକ୍ ଅଫିସ୍ ସମସ୍ତଙ୍କର, ସମସ୍ତେ ଆସିପାରିବେ। ଯେଉଁ ପୋଷ୍ଟର ଲାଗିଥିଲା ତାକୁ କଢା ଯାଇଛି, ଏନେଇ ତଦନ୍ତ କରାଯିବ।

ad-week
Leave A Reply

Your email address will not be published.