ଇ.କେ.ୱାଇ.ସି ନାମରେ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଫୋନ କଲ ….!

add-all

ହିତାଧିକାରୀଙ୍କ ମଧ୍ୟର ଅସନ୍ତୋଷ ବୃଦ୍ଧି …..!

ବ୍ରହ୍ମପୁର: ନୂତନ ସରକାରଙ୍କ ନୂଆ ଯୋଜନା ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା ଦେବାର ବିଭିନ୍ନ ଆଳ ଯୋଗୁଁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସୁଭଦ୍ରା ଯୋଜନା ରୁ ଏବେବି ବହୁ ହିତାଧିକାରୀ ଟଙ୍କା ପାଇନାହାନ୍ତି। ପ୍ରଶାସନ ପକ୍ଷରୁ ପ୍ରଥମ କିସ୍ତି ରେ ଟଙ୍କା ପାଇନଥିବା ହିତାଧିକାରୀ ମାନଙ୍କୁ ବାର୍ଷିକ ଆୟ ପ୍ରମାଣ ପତ୍ର ଆଣିବାକୁ କୁହାଗଲା। ଗଣମାଧ୍ୟମ ରେ ଏନେଇ ଖବର ପ୍ରକାଶ ପରେ ଆୟ ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ ବୋଲି ଘୋଷଣା କରାଗଲା। ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତିରୁ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ପ୍ରଶାସନ କେତେ ବେଳେ ଇ କେ ୱା ଇ ସି ତୁମର ଠିକ ନାହିଁ ବ୍ୟାଙ୍କ କୁ ଯାଅ ତ କେତେବେଳେ ଆଧାର ଲିଙ୍କ ନାହିଁ ସଠିକ କର ବୋଲି ବାରମ୍ବାର ଫୋନ ଆସିବା ନେଇ ସୁଭଦ୍ରା ଯୋଜନା ରୁ ବଞ୍ଚିତ ହୋଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାର ଙ୍କ ପକ୍ଷରୁ ପ୍ରଥମ କିସ୍ତି ଟଙ୍କା ମିଳିବାରେ ଯେତିକି ବିଳମ୍ବ ହେଉଛି। ପ୍ରଶାସନ ପକ୍ଷରୁ ସେତିକି ନୂତନ ନିୟମ ଦିନକୁ ଦିନ ନିର୍ଦ୍ଧେଶ ମିଳିବା ନେଇ ଏହି ଯୋଜନା ଉପରେ ଆବେଦନ କରି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳୁଛି। ବିଭିନ୍ନ କଟକଣା କୁ ଆଳ କରି ସୁଭଦ୍ରା ଯୋଜନା ରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ତୁରନ୍ତ ଗୋଟେ ଗାଇଡ଼ ଲାଇନ କରି ଟଙ୍କା ଦେବାକୁ ବହୁ ଆବେଦନ କାରି ମାନେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.