ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଦେହାନ୍ତ

add-all

ମାଲକାନଗିରି, ୨୨।୧ : ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଅକାଳ ବିୟୋଗ। ମାଲକାନଗିରି ଜିଲ୍ଲା ବନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ବନ କର୍ମଚାରୀ ଜାନକୀ ବଲ୍ଲଭ ଦାସଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା କତାମେଟା ସ୍ଥିତ ବସ ଭାବନରେ ସେ ଗତକାଲି ହଟାତ ଯାଉଥିବା ବେଳେ ଝୁଣ୍ଟିପଡିବାରୁ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା, ଗୁରୁତ୍ତର ଅବସ୍ତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ଜଣା ପଡିଛି। ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଶେଷ ନିଶ୍ଵାସ ତ୍ୟାଗ ବେଳେ ତାଙ୍କର ଦୁଇ ପୁଅ, ଏବଂ ଦୁଇ ଝିଅ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ସ୍ଵର୍ଗତ ଦାସ ଜଣେ ମିଷ୍ଟ ଭାସି ଓ ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କର ଦେହାନ୍ତ ଖବର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.