ବାଣ ନିଆଁରେ ଛପର ଜଳିଗଲା, ଯଜ୍ଞ ମଣ୍ଡପ ନଖୁଣ ରହିଲା

add-all

କଟକ : ଦାଢାପାଟଣା ଗ୍ରାମରେ ଯଜ୍ଞର ପୂର୍ଣ୍ଣାହୂତି ଚାଲିଥିବା ବେଳେ ବାଣର ନିଆଁ ପଡ଼ି ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଭାଗ୍ୟବଶତଃ ମଣ୍ଡପ ଉପର ଟେଣ୍ଟ ଛପର ସଂମ୍ପୂର୍ଣ୍ଣ ଜିଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତ କିମ୍ବା ଆହତ ବି ହୋଇ ନାହାଁନ୍ତି।
ଦାଢ଼ାପାଟଣା ଗ୍ରାମର ପରମ ଆରାଧ୍ୟ ବୁଢା ମହାବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୂତି ଥିଲାl ପଣ୍ଡିତ, ଆଚାର୍ଯ୍ୟ, ବ୍ରାହ୍ମଣ, କର୍ତ୍ତା ଓ ସହଯୋଗୀଙ୍କ ସମେତ ପ୍ରାୟ ଦଶ ଜଣ ଯଜ୍ଞ ମଣ୍ଡପ ଉପରେ ଥିଲେ। ମଣ୍ଡପ ଚର୍ତୁପାର୍ଶ୍ଵ ଓ ପାଖକୁ ଲାଗି ଥିବା ମନ୍ଦିରରେ ସହ ସହ ଲୋକ ଭିଡ ବାନ୍ଧି ଦର୍ଶନ କରୁଥିଲେ। କେତେକ ମଣ୍ଡପ ପାଖରେ ବ୍ୟବସ୍ଥା ହୋଇଥିବା ପ୍ରସାଦ ସେବନ କରୁଥାଆନ୍ତି।ମଣ୍ଡପରେ ବେଦ ଓ ମନ୍ତ୍ର ଧ୍ୱନୀରେ ଆହୂତି ଚାଲିଥାଏ। ପୂର୍ଣ୍ଣାହୂତି ପାଇଁ ତିନି ଆହୂତି ବାକି ଥାଏl
ସନ୍ଧ୍ୟା ସାତଟା ପନ୍ଦର ମିନିଟରେ ଗ୍ରାମର କିଛି ପିଲା ଛାତ ଉପରେ ବାଣ ଫୁଟାଇ ଥିଲେ। ବାଣର ନିଆଁ ଛିଡିକି ଆସି ଯଜ୍ଞ ମଣ୍ଡପ ଛପର ଉପରେ ପଡ଼ିଲା। ହଠାତ ସମଗ୍ର ଟେଣ୍ଟ ଛପର ଧୁଧୁ ହୋଇ ଜଳି ଉଠିଲା। ମଣ୍ଡପରେ ଥିବା ପଣ୍ଡିତ, ବ୍ରାହ୍ମଣ, କର୍ତ୍ତା ଓ କର୍ତ୍ତି କିଛି ସମୟ ହତବାକ୍ ହୋଇ ଚାହିଁଥିଲେ। ମୁଣ୍ଡ ଉପରେ ଜଳୁଥିବା ନିଆଁର ଭୟଙ୍କର ରୂପ ଦେଖି ତ୍ରାହିମାମ ଡାକି ମଣ୍ଡପ ଛାଡ଼ି ବାହରକୁ ଦୌଡିଲେ। ଚାରିପଖରେ ଘେରି ରହିଥିବା ଲୋକମାନେ ପାଖ ଛାଡି ଦୌଡି ଆସି ପ୍ରାଣ ବଞ୍ଚାଇଥିଲେ। ନିଆଁ ଭୟଙ୍କର ଭାବେ ଜଳି ଉଠିବା ଦେଖି ଗ୍ରାମର ଯୁବକମାନେ ରନ୍ଧା ଓ ପିଇବା ଲାଗି ରଖାଯାଇଥିବା ପାଣିକୁ ଆଣି ଢାଳି ନିଆଁକୁ ଆୟତ କରିଥିଲେ। ହେଲେ ସବୁ ଜଳି ସାରିଥିଲା।
ବାଣର ନିଆଁ ଛିଡିକି ଆସି ଯଜ୍ଞ ମଣ୍ଡପ ଛପର ଉପରେ ପଡ଼ିଲା। ହଠାତ ସମଗ୍ର ଟେଣ୍ଟ ଛପର ଧୁଧୁ ହୋଇ ଜଳି ଉଠିଲା। ମଣ୍ଡପରେ ଥିବା ପଣ୍ଡିତ, ବ୍ରାହ୍ମଣ, କର୍ତ୍ତା ଓ କର୍ତ୍ତି କିଛି ସମୟ ହତବାକ୍ ହୋଇ ଚାହିଁଥିଲେ।
ଶେଷରେ ଦେଖିବା ବେଳକୁ ସମଗ୍ର ଟେଣ୍ଟ କପଡ଼ା ଓ ବାଉଁଶ ଜିଳି ସାରିଥିବା ବେଳେ ଯଜ୍ଞ ମଣ୍ଡପ ନିଖୁଣ ଥିଲା| ଏକଥା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ବୁଢ଼ା ମହାବୀର କି ଜୟ ଧ୍ବନୀ,ହରି, ବୋଲ, ହୁଳ ହୁଳିରେ ଉଛୁଳି ପଡ଼ିଥିଲା। ତ୍ରୁଟି ପାଇଁ ଶରଣ ପସି ଦଣ୍ଡବତ କରିଥିଲେ। ଯଜ୍ଞ ମଣ୍ଡପ ନିଖୁଣ ଥିବାରୁ ପଣ୍ଡିତ ପୂର୍ଣ୍ଣାହୂତି ଦେଇଥିଲେ। ଗ୍ରାମବାସୀଙ୍କ ଉପରେ ସଦାସର୍ବଦା ବୁଢା ମହାବୀରଙ୍କ କୃପା ଦୃଷ୍ଟି ରହିଆସିଛି, ସେ ଆଜି ବିପଦରୁ ରକ୍ଷାକରି ପ୍ରମାଣ ଦେଇ ଥିବା ନେଇ ଗ୍ରାମବାସୀମାନେ ଚର୍ଚ୍ଚା କରୁଛନ୍ତି।
ସୂଚ଼ନାଯୋଗ୍ୟ ଗତ ରବିବାର ଠାରୁ ବୁଢା ମହାବୀରଙ୍କ ନୂତନ ବିଗ୍ରହ, ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା।

ad-week
Leave A Reply

Your email address will not be published.