ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

add-all

ଚିକିଟୀ : ଏହି ବ୍ଲକ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ଦେଶଭକ୍ତ ଓଡ଼ିଆ ପୁଅ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରାଥମିକ ବିଦ୍ୟାଳୟ ଆଦର୍ଶ ଶିକ୍ଷକ ପ୍ରକୃତିବନ୍ଧୁ ଶ୍ରୀ ରଞ୍ଜନ କୁମାର ବ୍ରହ୍ମା ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଯୋଗାଦନ, ଜଙ୍ଗଲରେ , ପାହାଡ଼ ତଳେ , ନିଜ ମାଟିରେ, ଉପକୂଳ ଅଞ୍ଚଳରେ ଏପରିକି ସମସ୍ତ ସ୍ଥାନରେ ଆନ୍ଦୋଳନ ମେଳି ଓ କ୍ରାନ୍ତି ଚଳାଇ ଗୋରା ସରକାରଙ୍କୁ ଅତିଷ୍ଠ କରାଇ ଭାରତ ମାଟିରୁ ତଡିଥିବାର କ୍ରମ ଘଟଣାବଳି ପିଲାଙ୍କୁ ଶୁଣାଇଥିଲେ । ବିଶେଷକରି ସୁବାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ ବାର୍ତ୍ତାରେ ଥିବା ମର୍ମକୁ ପ୍ରତି ଭାରତୀୟ ଏବେ ବି ସ୍ମରଣକରି ଦେଶ ମାତୃକାର ସେବାରେ ଲାଗି ରହିବା ଉଚିତ ବୋଲି ଅବଗତ କରାଇଥିଲେ। ତତ୍ ସହିତ ବୀର ସୁରେନ୍ଦ୍ର ସାଏ, ଚକରା ବିଷୋୟୀ, ଦେଶପ୍ରାଣ ରାଜା ଗୌର ଚନ୍ଦ୍ର ଦେଓ ଏବଂ ଜନନାୟକ ଦିବାକର ପଟ୍ଟନାୟକଙ୍କ ବୀରତ୍ୱର ଗାଥା ଏବଂ ତ୍ୟାଗ ସମ୍ବନ୍ଧୀୟ ଅନେକ ବିଷୟ ନିଜ ବକ୍ତବ୍ୟରେ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଉପସ୍ଥିତ ପରିଚାଳନା ସମିତି ସଦସ୍ୟ , ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ସହକର୍ମୀ ଅରୁଣ କୁମାର ଜାନୀ ଓ ଅଭିଭାବକ ମାନେ କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ ।

ad-week
Leave A Reply

Your email address will not be published.