ସଦର ମହକୁମା ସୁଭାଷ ଛକ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

add-all

ମାଲକାନଗିରି : ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦରରେ ଥିବା ସୁବାସବୋଷ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅରପଣ କରାଯାଇ ତାଙ୍କର ସ୍ମୂର୍ତି ଚାରଣ କରାଯାଇଛି। ସେହିପରି ଜିଲ୍ଲାର ସୁବାସ ବୋଷ ଟାଉନ କ୍ଲବ ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ବିନୋଦ ପାଟିଲ, ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତି ରହିଥିବା ବେଳେ ସୁବାଷ ବୋଷ କ୍ଲବ ସଦସ୍ୟ ଜି ଶ୍ରୀନିବାସ ରାଓ, ବରିଷ୍ଠ ଆଇନଜୀବି ଗୋବିନ୍ଦ ପାତ୍ର, ରାମ ପଟ୍ଟନାୟକ, କେଶୁ ରାଓ, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହ ସୁବାଷ ବୋଷ କ୍ଲବ ପକ୍ଷରୁ ହାଟପଦା ରେ ଥିବା ସୁବାସ ବୋଷ ଆବାସିକ ବିଦ୍ୟାଳୟରେ ସୁବାଷ ଚନ୍ଦ୍ର ବୋଷଙ୍କ ଏକ ନୂତନ ମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।

ad-week
Leave A Reply

Your email address will not be published.