୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

add-all

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତେବେ ନିଜର ଭୋଟ ବିକ୍ରି କରିବା ବଦଳରେ ବିକାଶ ପାଇଁ ଭୋଟ ଦେବାକୁ ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ଜୋତା, କମ୍ବଳ ଓ ମାତ୍ର ୧୧୦୦ ଟଙ୍କା ବଦଳରେ ଭୋଟ୍ ବିକ୍ରି କରନାହିଁ। ବାବାସାହେବ ଆମ୍ବେଦକର ଆପଣଙ୍କୁ ଭୋଟ୍ ଦେବାର ଅଧିକାର ଦେଇଛନ୍ତି। ତାଙ୍କୁ ସମ୍ମାନ ଦିଅନ୍ତୁ। ଆପଣ ଯାହାକୁ ଚାହିଁବେ ତାଙ୍କୁ ଭୋଟ୍ ଦିଅନ୍ତୁ, କିନ୍ତୁ ଆପଣଙ୍କ ଭୋଟ୍ କିଣିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଭୋଟ୍ ଦିଅନ୍ତୁ ନାହିଁ।

କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଭୋଟ୍ ହାତେଇବା ପାଇଁ ଶାଢ଼ି, ଜୋତା, କମ୍ବଳ, ଜ୍ୟାକେଟ୍ ବଣ୍ଟନ କରାଯାଉଛି। ରାସନ ଓ ସୁନା ଚେନ୍ ବଣ୍ଟନ କରାଯାଉଛି। ଗାଳିଗୁଲଜ କରୁଥିବା ଦଳର କିଛି ନେତା ଏହି ବଣ୍ଟନ କରୁଛନ୍ତି। ଏତେ ଟଙ୍କା କେଉଁଠୁ ଆସୁଛି? ଏସବୁ ଦୁର୍ନୀତିରୁ ମିଳିଥିବା ଟଙ୍କା। ଦେଶର ଲୋକଙ୍କୁ ଲୁଟି ସେମାନେ ଏହି ଟଙ୍କା ରୋଜଗାର କରିଛନ୍ତି। କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ଯାହା ବଣ୍ଟନ କରୁଛନ୍ତି ତାହା ନିଅନ୍ତୁ, କିନ୍ତୁ ଗୋଟିଏ କଥା ମନେରଖନ୍ତୁ, ଆପଣଙ୍କ ଭୋଟ୍ ବିକ୍ରି କରନ୍ତୁ ନାହିଁ। ବେଡ୍ ସିଟ୍, ଶାଢ଼ି, ଜୋତା ଓ ୧୧୦୦ ଟଙ୍କା ପାଇଁ ନିଜ ନିଜର ଭୋଟ୍ ବିକ୍ରି କରନ୍ତୁ ନାହିଁ। ନିଜର ଭୋଟଦାନ ଅଧିକାରର ରକ୍ଷା କରନ୍ତୁ ।

ad-week
Leave A Reply

Your email address will not be published.