୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ

add-all

ଭୁବନେଶ୍ୱର: ଆସନ୍ତା ୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି। ୭ ରାଜ୍ୟସଭା ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ ।

ସଂସଦରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଜେଡି ସାଂସଦମାନେ ଉତଥାପନ କରିବେ, ସେ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏକ ଦେଶ ଏକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ଦେଶ ଏକ ନିର୍ବାଚନ ସଂପର୍କିତ ଜେପିସିର ସଦସ୍ୟ ଅଛନ୍ତି ସାଂସଦ ମାନସ ମଙ୍ଗରାଜ।

ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ। ଫଳରେ ଏଥର ରାଜ୍ୟସଭାରେ ବିଜେଡି କି ପ୍ରକାରର ଭୂମିକା ନେବ ସେନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ୭ ଜଣ ସଦସ୍ୟ ରହିଛନ୍ତି। ଏହିମାନଙ୍କୁ ନବୀନ ଦଳର କଣ ଆଭିମୁଖ୍ୟ ରହିବ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ।

ad-week
Leave A Reply

Your email address will not be published.