ଆମେରିକା ଛାଡ଼ିବେ ୧୮ ହଜାର ଭାରତୀୟ

add-all

ବେଆଇନ ପ୍ରବାସୀ ମାମଲାରେ ପ୍ରବାସୀଙ୍କ ମାମଲାରେ ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ ରହିଛି। ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଫେରାଇ ନେବାକୁ ଦେଶ ପ୍ରସ୍ତୁତ ଅଛି। ତେବେ ସେମାନେ ଭାରତୀୟ ନାଗରିକ ହୋଇଥିବା ସ୍ପଷ୍ଟ ହେବା ଦରକାର। ଆମେରିକା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବୁଧବାର ଏହି ମନ୍ତବ୍ୟ ଦେଇଛନ୍ତି। ସେ ଏହି ମାମଲାରେ ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିୟୋଙ୍କ ସହ କଥା ହୋଇଛନ୍ତି।

ଏହା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବେଆଇନ ପ୍ରବାସୀଙ୍କୁ ଭାରତ ତୀବ୍ର ବିରୋଧ କରୁଛି। ଏହା ଦେଶର ଛବିକୁ ଖରାପ କରୁଛି। କାରଣ ଏହା ଦ୍ବାରା ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ଆମେରିକା ଗସ୍ତରେ ଯାଇଥିବା ଜୟଶଙ୍କର ନୂଆ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚିଠି ମଧ୍ୟ ପ୍ରଦାନ କରିଛନ୍ତି। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାରେ ୧୮ ହଜାର ଭାରତୀୟ ବେଆଇନ ଭାବେ ରହୁଛନ୍ତି। ଏମାନଙ୍କ ପାଖରେ କୌଣସି ବୈଧ ପ୍ରମାଣପତ୍ର ନାହିଁ। ନାଗରିକତା ହାସଲ କରିବା ପାଇଁ କୌଣସି କାଗଜପତ୍ର ମଧ୍ୟ ରଖିନାହାନ୍ତି। ଅନ୍ୟପକ୍ଷରେ ଆସନ୍ତା ମାସରେ ୱାଶିଂଟନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତକାର ହୋଇପାରିବ।

ad-week
Leave A Reply

Your email address will not be published.