ପ୍ରକାଶ ମିଶ୍ରଙ୍କ ବହି ବିରୋଧରେ ବିକ୍ଷୋଭ କୁଶପୁତ୍ତଳିକା ଦାହ

add-all

ହିଞ୍ଜିଳିକାଟୁ : ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ରଙ୍କ “କମେଡି ଇନ୍ ଖାକି” ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହିଞ୍ଜିଳି ଉପରେ ବେରୁଚିକର ଲେଖା ପାଇଁ ହିଞ୍ଜିଳିକାଟୁରେ ଶୁକ୍ରବାର ପ୍ରତିବାଦ ଓ ବିକ୍ଷୋଭ ରାଲି ଆୟୋଜିତ ହୋଇଛି। ଦୀର୍ଘ ୨୫ ବର୍ଷ ଧରି ହିଞ୍ଜିଳିର ଜନ ସାଧାରଣଙ୍କ ପ୍ରତିନିଧି ରୂପେ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଆସୁଛନ୍ତି, ତେଣୁ ହିଞ୍ଜିଳିର କିଏ ବିଧାୟକ ବୋଲି ଲଘୁ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ। ପୋଲିସ ଅଧୀକାରୀରୁ ରାଜନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଏହି ବହି
କପୋଳକଳ୍ପିତ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନବୀନ ପଟ୍ଟନାୟକଙ୍କ ବିଜେଡି ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଥିଲେ। ଶୁକ୍ରବାର ଅପରାହ୍ନ ରେ ବିଜେଡି ନଗର ସଭାପତି ଙ୍କ ନେତୃତ୍ୱରେ ଆୟୋଜିତ ରାଲି ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ବାହାରି ହିଞ୍ଜିଳିକାଟୁ ବିଜୁ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ବିଜୁପଟ୍ଟନାୟକ ଛକରେ ବିଜେଡି ନେତୃବୃନ୍ଦ ପ୍ରକାଶ ମିଶ୍ରଙ୍କ କମେଡି ଇନ୍ ଖାକି ପୁସ୍ତକ ବ୍ୟାନ କରିବାକୁ ଦାବୀ କରି ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ବିରୋଧୀ ଦଳ ନେତାଙ୍କ ନୋମିନି ପ୍ୟାରୀମୋହନ ପାଢି, ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ବିଜେଡି ନେତା ଓ କର୍ମୀଙ୍କ ସହ ବିଭିନ୍ନ ସଙ୍ଗଠନ ର ପ୍ରତିନିଧି ଯୋଗଦେଇଥିଲେ।

ad-week
Leave A Reply

Your email address will not be published.