ଫେକ ଵିଜ୍ଞାପନ ପ୍ରତି ସରକାରଙ୍କ ଲଗାମ ନାହିଁ, ଠକାମୀର ଶିକାର ହେଉଛନ୍ତି ସାଧାରଣ ଜନତା…

add-all

ବ୍ରହ୍ମପୁର : ଆଜି କାଲି ସବୁ ବର୍ଗର ଲୋକେ ଅନଲାଇନ ମରୀଚିକା ପଛରେ ପଡିଛନ୍ତି। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଜାକ ଜମକ ଲାଇଟ ବ୍ୟବହାର କରି ନିମ୍ନ ମାନର ସାମଗ୍ରୀ କୁ ରିହାତି ଦରରେ ଦେବାର ଵିଜ୍ଞାପନ ଦେଇ ଲୋକଙ୍କୁ ଶୋଷଣ କରୁଥିବା ଘଟଣା ଦିନକୁ ଦିନ ବଢ଼ିବା ରେ ଲାଗିଛି। ଏହାର ସୁଯୋଗ ନେଇ କିଛି ନାମିଦାମୀ କମ୍ପାନୀ ର ସାମଗ୍ରୀ ୮୦/୯୦ ପ୍ରତିଶତ ରିହାତି ଦରରେ ଦିଆଯିବ ବୋଲି ଵିଜ୍ଞାପନ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବାରମ୍ବାର ଆସୁଛି। ଅତିରିକ୍ତ ରିହାତି ପଛରେ ଲୋଭର ପସବର୍ତ୍ତୀ ହୋଇ ଗ୍ରାହକ ଠକାମୀର ଶିକାର ହେଉଥିବା ଘଟଣା ପ୍ରତିଦିନ ବଢ଼ିବାରେ ଲାଗିଛି। ଏଭଳି ଫେକ ଵିଜ୍ଞାପନ ଦେଉଥିବା କମ୍ପାନୀ ବା ସୋସିଆଲ ମିଡ଼ିଆ ଉପରେ ସରକାର କୋଠର କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେଉଛନ୍ତି। ଯାହା ଫଳରେ ଗ୍ରାହକ ଠକାମୀର ଶିକାର ହେଉଛନ୍ତି। ଏଭଳି ଫେକ ଵିଜ୍ଞାପନ ଯୋଗୁଁ ରିହାତି ଓ ସ୍ୱଳ୍ପ ମୂଲ୍ୟ ଲୋଭରେ ନାମିଦାମୀ କମ୍ପାନୀ ର ସାମଗ୍ରୀ ସ୍ଥାନରେ ନକଲି ସାମଗ୍ରୀ ର ପ୍ୟାକେଟ ଖୋଲି ଭାଗ୍ୟକୁ ଆଦାରୀ ଚୁପଚାପ ରହିବାକୁ ବାଧ୍ୟ ହେଉଛନ୍ତି। ଫୋଟ ରେ ଚକାଚକ ବାସ୍ତବ ରେ ଫମ୍ପା ସାମଗ୍ରୀ ଵିଜ୍ଞାପନ ପଛରେ ଅଧିକାଂଶ ଯୁବପିଢ଼ି ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ସାଇବର କ୍ରାଇମ ମଧ୍ୟ ବଢ଼ିବା ସହ ପ୍ରୋଲଭନ ରେ ଫେକ ଫୋନ ରେ ପୁରସ୍କାର ପାଇବା ଲୋଭ ରେ ବ୍ୟାଙ୍କ ର ଆକାଉଣ୍ଟ ରୁ ଟଙ୍କାହଡପ ଓ ଠକାମୀ ଘଟଣା ବି ବୃଦ୍ଧି ହେଉଛି।ଫେକ ଵିଜ୍ଞାପନ ପ୍ରତି ସରକାର କୋଠର ପଦକ୍ଷେପ ନେଲେ ସାଧାରଣ ଜନତା ଠକାମୀର ଶିକାର ହେବାରୁ ବଞ୍ଚିତ ହେବେ।

ad-week
Leave A Reply

Your email address will not be published.