ଚିତ୍ରଗିରି ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

add-all

ଚିତ୍ରକୋଣ୍ଡା : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଂସୃକତିକ ରଙ୍ଗମଞ୍ଚରେ ରେ ଚିତ୍ରଗିରି ସାହିତ୍ୟ ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି. ସଂସଦର ସଭାପତି ଗୌର ହରି ସାହୁଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ରୂପେ ମୁକୁନ୍ଦ ମେଲେକା,ଲକ୍ଷ୍ମୀ ନାରାୟଣ ମୁଦୁଲି, ବିଶିଷ୍ଟ ଅତିଥିଭାବେ ଜାନକୀ ହ୍ୱନ୍ତାଳ, ମୁଖ୍ୟବକ୍ତା ଭାବେ କରୁଣାକର ମଲ୍ଲିକ, ସଂମାନିତ ଅତିଥି ଭାବେ ଗୋଦାବରୀଶ ଦାସ, ପବିତ୍ର ସ୍ୱାଇଁ,ଗୋପୀନାଥ ସେଠ, କୁମାର ଦଳପତି ସମାଜସେବି ଦେବେନ୍ଦ୍ର ଦାସ, ମଞ୍ଚ ମଣ୍ଡନ କରିଥିଲେ. ପ୍ରଥମେ ବହୁ ସାରଷତ୍ୱ ସ୍ରଷ୍ଟା ତାଙ୍କର କବିତା ପାଠ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତ ସ୍ୱାଭିମାନ ଅଞ୍ଚଳରେ ଓଡ଼ିଆ ଭାଷାର ଅସ୍ମିତା ଉପରେ ଆଲୋଚନା କରାଯାଇଥିଲା ଓ ସଂସଦର କାର୍ଯ୍ୟକ୍ରମ କୁ ବହୁ ପ୍ରଶଂସା କରାଯାଇଥିଲା ଓ ଚିତ୍ରକୋଣ୍ଡା ଅଞ୍ଚଳରେ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟା ପାଇଁ ଦୁର୍ୟୋଧନ ସେଠି, ରବି ପତଙ୍ଗ,ଶ୍ରୀନିବାସ ମଲ୍ଲିକ, ଏସ କେ ବିବି ଯାହାନ, ଶୁଭଶ୍ମିତା ବେହେରା, ମଧୁ ସୀସା, କୁସୁମା ମଣି ଖିଲ, ହସତରାମ ପାଣ୍ଡେ, ଭଳି ପ୍ରତିଭା ଙ୍କୁ ସଂସଦ ପକ୍ଷରୁ ସଂମାନନିତ କରାଯାଇଥିଲା.ନିରଦ କୁମାର ଜେନା ଓ ବୁଲୁ ସେଠି ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ.

ad-week
Leave A Reply

Your email address will not be published.