୪ ଓଡ଼ିଆଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର

add-all

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ। ଏହି ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ ଓ ଡା. ଅଶୋକ କୁମାର ମହାପାତ୍ର।
ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ ଓ ଅଶୋକ କୁମାର ମହାପାତ୍ର।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କଳା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଅଦ୍ବୈତ ଚରଣ ଗଡ଼ନାୟକ, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡା. ଅଶୋକ କୁମାର ମହାପାତ୍ର, କଳା ପାଇଁ ଦୁର୍ଗାଚରଣ ରଣବୀର ଓ ସାହିତ୍ୟ ଏବଂ ଶିକ୍ଷା ପାଇଁ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।
ଅଦ୍ବୈତ ଚରଣ ଗଡ଼ନାୟକ: ମୂର୍ତ୍ତି ନିର୍ମାଣ ପାଇଁ ବିଖ୍ୟାତ ଅଦ୍ବୈତ ଚରଣ ଗଡ଼ନାୟକ ଢେଙ୍କାନାଳ ଜିଲ୍ଲା ନେଉଳାପୋଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ବରସ୍ଥିତ ବିକେ କଲେଜ୍‌ ଅଫ୍‌ ଆର୍ଟସ ଆଣ୍ଡ କ୍ରାଫ୍‌ଟରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିଥିଲେ। ନୂଆଦିଲ୍ଲୀସ୍ଥିତ କଲେଜ୍‌ ଅଫ୍‌ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଇଣ୍ଡିଆ ଗେଟ୍‌ ନିକଟରେ ନେତାଜୀ ସୁଭାଷ ବୋଷ, ନୂଆଦିଲ୍ଲୀର ରାଜଘାଟରେ ସ୍ଥାପିତ ‘ଦାଣ୍ଡି ଯାତ୍ରା’ର କଳାକୃତି ପ୍ରଶଂସନୀୟ ହୋଇପାରିଛି।

ad-week
Leave A Reply

Your email address will not be published.