ଦ୍ଵିତୀୟ ଥରପାଇଁ ଜିଲ୍ଲା ବିଜେପି ସଭାପତି ହେଲେ ଅଶୋକ ପରିଡା

add-all

ମାଲକାନଗିରି, ୨୫।୧ : ମାଲକାନଗିରି ଜିଲ୍ଲା ବିଜେପି ସଭାପତି ଭାବେ ଚୟନ ହେଲେ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡା। ବିଜେପି ଦଳର ସମସ୍ତ ଜିଲ୍ଲାରେ ନୂତନ ଜିଲ୍ଲା ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବିଜେପିର ସଭାପତି ଭାବେ ଅଶୋକ ପରିଡାଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟଳୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଅନ୍ୟ ଦଳୀୟ ନେତୃ ମଣ୍ଡଳୀ, ବିଧାୟକ ପ୍ରମୁଖ ଉପସ୍ଥିତରେ ଏକ ବୈଠକର ଆୟୋଜନ କରଯାଇଥିଲା। ଯେଉଁଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଶ୍ରୀ ପରିଡାଙ୍କ ନାମ ଜିଲ୍ଲା ସଭପତି ବହବେ ଘୋଷଣା କରିଥିଲେ। ତେବେ ଜିଲ୍ଲା ସଭପତି ଦୌଡରେ ପୂର୍ବତନ ସଭାପତି ନିମାଇ ପାଲ, ବରିଷ୍ଟ ନେତା ଭବାନୀ ଶଙ୍କର ମୁଖାର୍ଜୀ ଓ ଶ୍ରୀ ପରିଡା ରହିଥିବା ବେଳେ ଦଳ ପକ୍ଷରୁ ଶ୍ରୀ ପରିଡାଙ୍କ ନାମ ଘୋଷଣା କରଯାଇଥିଲା। ଦଳର ଜଣେ ବରିଷ୍ଟ କର୍ମକର୍ତ୍ତା ଭାବେ ସେ ବେସ ସକ୍ରିୟ ଓ ତରୁଣ ମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କର ବିଶେଷ ଭୂମିକା ଠିଆବୃ ତାଙ୍କୁ ଏହି ଦଇତ୍ଵ ଦିଆଯାଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.