ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି : ଖଡଗେଙ୍କ କଟାକ୍ଷ

add-all

ନୂଆଦିଲ୍ଲୀ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ ବୁଡ଼ ପକାଇଲେ ଦେଶରୁ ଦାରିଦ୍ର୍ୟ ଦୂର ହେବ ନାହିଁ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ କୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜରେ ପହଞ୍ଚିଥିବା ବେଳେ ତାଙ୍କର ଏଭଳି କଟାକ୍ଷ ଆସିଛି। ଏବେ ବିଜେପି ଏହାର ଜବାବ ଦେଇଛି।
ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରି କହିଛନ୍ତି, “ମହାକୁମ୍ଭ କୋଟି କୋଟି ବର୍ଷ ଧରି ଆସ୍ଥାର ପ୍ରତୀକ। ଏହାକୁ ନେଇ ସମଗ୍ର ବିଶ୍ୱରେ ଭକ୍ତିର ଭାବନା ରହିଛି । ସେପଟେ ଏହାକୁ ନେଇ ଏକ ରାଜନୈତିକ ଦଳ ବ୍ୟଙ୍ଗ କରୁଛି । ଖଡଗେ ରାହୁଲ, ପ୍ରିୟଙ୍କାଙ୍କ ଧର୍ମକୁ ମଜାକ କରିପାରିବେ କି ?”
ସୂଚନାଯୋଗ୍ୟ ଯେ, ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଅମିତ ଶାହା ପରିବାର ସହ ସୋମବାର ବୁଡ଼ ପକାଇଛନ୍ତି। ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନେକ ସାଧୁ ସନ୍ଥ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଗାଧୋଇବାକୁ ଆସିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫେବ୍ରୁଆରି ୫ ତାରିଖରେ ପ୍ରୟାଗରାଜରେ ପହଞ୍ଚି ଗାଧୋଇବେ।

ad-week
Leave A Reply

Your email address will not be published.