କ୍ଲଷ୍ଟରସ୍ତରୀୟ ମେଳା ଆୟୋଜିତ

ହିଞ୍ଜିଳିକାଟୁ ୨୮/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ମେଳା ଆୟୋଜିତ
ହୋଇଯାଇଛି । ମଙ୍ଗଳବାର ଆୟୋଜିତ ମେଳାରେ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପୋଲେଈ ଓ‌ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶୀଲ କୁମାର ପାତ୍ର ଯୋଗଦେଇଥିଲେ। କ୍ଳଷ୍ଟର ର ୯ଗୋଟି ଏଫ ଏଲ ଏନ ବିଦ୍ୟାଳୟରୁ ୧୪୦ ଜଣ ନିପୁଣ ଓଡିଶା ଶିକ୍ଷାର୍ଥୀ ଓ ୧୦ ଜଣ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ ଜନ ପ୍ରତିନିଧି ମେମ୍ବର ମାନେ ଯୋଗ ଦେଇଥଲେ।

ସମ୍ମାନୀତ ଅତିଥି ଶ୍ରୀ ପାତ୍ର ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ, କାର୍ଯ୍ୟପନ୍ଥା, ଜାତୀୟ ଶିକ୍ଷାନୀତି -୨୦୨୦, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ସବିଶେଷ ସୂଚନା ଦେଇଥିଲେ। ତାପରେ ଅଂଶଗ୍ରହଣକାରୀ ମାନେ ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ, ସୃଜନଶିଳ କାର୍ଯ୍ୟକଳାପ ଷ୍ଟଲ ସହ ମୋଟ ୧୨୪ଗୋଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ ଓ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ଶେଷରେ ପିଲାମାନେ ନିପୁଣ ଓଡିଶା ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ପିଲାଙ୍କୁ ପୁରସ୍କାର ବିତରଣ କରାଯାଇ ମେଳା ଉଦଯାପିତ ହୋଇଥିଲା। ପରିଶେଷରେ ହିଞ୍ଜିଳିକାଟୁ ପୌରପରିଷଦ ର ସିଆରସିସି ଅଖିଳ କୁମାର ପଣ୍ଡା ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

nis-ad
Leave A Reply

Your email address will not be published.