ଟିପିଏସ୍ଓଡିଏଲ୍ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

add-all

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସରେ ଉତ୍ସାହ ଏବଂ ଦେଶାତ୍ମବୋଧ ଭାବନା ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଟ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ ଏବଂ ସତ୍ୟନିଷ୍ଠ ହୋଇ ଲୋକଙ୍କୁ ସେବା ଯୋଗାଇବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ଏବଂ ରାଷ୍ଟ୍ରର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସ୍ମରଣ କରି ଏକ ମାର୍ଚ୍ଚ ପାଷ୍ଟ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ଉପସ୍ଥିତ କର୍ମଚାରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଦେଶର ଜଣେ ନାଗରିକ ଭାବରେ ଆମର କର୍ତ୍ତବ୍ୟ ତଥା କମ୍ପାନୀ ହିସାବରେ ଦେଶର ବିକାଶ ଦିଗରେ ଆମର ପ୍ରତିବଦ୍ଧତା ସମ୍ପର୍କରେ ଏହି ସାଧାରଣତନ୍ତ୍ର ଦିବସ ମନେ ପକାଇଦିଏ। ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ଏବଂ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇ ସ୍ଥାନୀୟ ଅଞ୍ଚଳର ବିକାଶରେ ଯୋଗଦାନ କରିପାରୁଥିବାରୁ, ଆମେ ଗର୍ବ ଅନୁଭବ କରୁଅଛୁ। ଆମ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଆମ କମ୍ପାନୀର ମୂଲ୍ୟବୋଧକୁ ପ୍ରତିଫଳିତ କରୁଅଛି।” ଏହାସହ ସମସ୍ତେ ଏକାଠି ହୋଇ ଏକ ଉଜ୍ଜ୍ୱଳ ଏବଂ ସଶକ୍ତ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଚେଷ୍ଟିତ ହେବା ପାଇଁ ଶ୍ରୀ ଗର୍ଗ ଆହ୍ଵାନ ଦେଇଥିଲେ।

ad-week
Leave A Reply

Your email address will not be published.