ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ

add-all

ନିଜ ମାଟିର ଗୌରବ ହିଁ ଅସ୍ମିତାର ପରିଚ଼ୟ – ମୁଖ୍ୟବକ୍ତା

ଭଲମଣିଷ ହୋଇ ମାନବିକତାର ଆଚ଼ରଣ କରିବା – ସମ୍ମାନିତ ଅତିଥି।*

ଆସିକା : ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୦୨୫ ନୂତନ ବର୍ଷର ନୂଆଁ ଆଶା, ନୂଆଁ ସମ୍ଭାର ଏବଂ ନୂଆଁ ଆକାଂକ୍ଷ୍ୟା ଉଦ୍ଦୀପନାକୁ ଉଦ୍ଜୀବିତ କରି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାର ୫୭ତମ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ରୂପେ ପାଳିତ କରିଛି। ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଟ ଏବଂ ସୃଜନତାର ପଦକ୍ଷେପ ମଧ୍ୟରେ ସମ୍ପନ୍ନ ହୋଇଛି ୨୦୨୫ ବାର୍ଷିକ ଉତ୍ସବ। ବାର୍ଷିକ ମହୋତ୍ସବରେ ମୁଖ୍ୟ ଅତିଥିରୂପେ ଆସିକା ବିଧାନ ସଭା ନିର୍ବାଚ଼ନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପାଢ଼ୀ, ମୁଖ୍ୟ ବକ୍ତା ରୂପେ କଟକ ଦୂରଦର୍ଶନ କେନ୍ଦ୍ରର ଅବସର ପ୍ରାପ୍ତ ଉପ-ନିର୍ଦ୍ଦେଶକ ଡ. ଶାନ୍ତୁନୁ କୁମାର ରଥ ଏବଂ ଓଡ଼ିଶା ଦକ୍ଷିଣାଞ୍ଚଳ ଉଚ୍ଚ ଶିକ୍ଷା ବିଭାଗ, ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଚ଼ତୁର୍ଦ୍ଧା ମୂର୍ତ୍ତୀରେ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନୀରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଅଧ୍ୟକ୍ଷ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦ୍ବାରା ସମ୍ମାନିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଅତିଥି ସତ୍କାର ଏବଂ ‘ଅତିଥି ଦେବୋଭବ’ ଧ୍ବନୀରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା।ବାର୍ଷିକ ଉତ୍ସବର ଉପସଭାପତି ତଥା ସଂଯୋଜିକା ଡ.ସ୍ମିତାରାଣୀ ପଣ୍ଡା ମହାବିଦ୍ୟାଳୟର ସମସ୍ତ ବିକାଶମୂଳକ କାର୍ଯ୍ୟାବଳୀର ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ଡ. ସସ୍ମିତା ପାତ୍ର ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ ଓ ପରିଚ଼ୟ ପ୍ରଦାନ କରିଥିଲେ। ସ୍ବତନ୍ତ୍ରରୂପେ ଶୈକ୍ଷିକ ଅଧିକାରୀ ଡ. ସନ୍ତୋଷ କୁମାର ଚୌଧୁରୀ ବିଜ୍ଞାନ ବିଭାଗର, ବାର୍ଷିକ ଉତ୍ସବ କାର୍ଯ୍ୟକାରିଣୀ ସଦସ୍ୟା ଡ. ସସ୍ମିତା ପାତ୍ର କଳା ବିଭାଗ ଏବଂ ବାଣିଜ୍ୟ ବିଭାଗ ମୁଖ୍ୟା ତଥା ବାର୍ଷିକ ଉତ୍ସବ କାର୍ଯ୍ୟକାରିଣୀ ସଦସ୍ୟା ବନଶ୍ରୀ ମହାନ୍ତି ବାଣିଜ୍ୟ ବିଭାଗ କ୍ରମାତନ୍ବୟରେ ଗଠନମୂଳକ କାର୍ଯ୍ୟାବଳୀ ଏବଂ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପ୍ରତିଭାର ପରାକାଷ୍ଠାର ସଂଦର୍ଭ ପାଠ କରିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ଅଧ୍ୟାପିକା ସେଇଲ୍ କୁମାରୀ ଝା ବାର୍ଷିକ ଉତ୍ସବରେ ଭାସ୍ୟକାରର ଭୂମିକା ନିଭାଇ ଥିଲେ। ମୁଖ୍ୟ ଅତିଥି ଆସିକା ବିଧାୟକଙ୍କ ସ୍ବଳ୍ପ ଅଭିଭାଷଣରେ ମହାବିଦ୍ୟାଳୟର ଗଠନମୂଳକ କାର୍ଯ୍ୟରେ ମୁଁ ନିଜକୁ ସଦାସର୍ବଦା ସଂଶ୍ଳିଷ୍ଠ ରଖିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ରଖିବି ବୋଲି ପ୍ରତିସୃତି ଦେଇଥିଲେ। ସମ୍ମାନିତ ଅତିଥି ଡ. ପାଢ଼ୀ ଛାତ୍ରଛାତ୍ରୀଙ୍କୁ ଭଲମଣିଷ ହୋଇ ମାନବିକତାର ଆଚ଼ରଣ କରିବା ପାଇଁ ଆହ୍ବାନ କରିଥିଲେ ଓ ମୁଖ୍ୟବକ୍ତା ଡ. ରଥ ଓଡ଼ିଆ ଅସ୍ମିତାରେ ଆସିକା ମାଟିର ଅବଦାନ ଏବଂ ବରପୁତ୍ର ସ୍ବର୍ଗୀୟ କବିରାଜ ଶ୍ରୀକୃଷ୍ଣଚ଼ନ୍ଦ୍ର ତ୍ରିପାଠୀ ଶର୍ମା ଏବଂ ଧରାକୋଟ ରାଜକବି କୃଷ୍ଣସିଂହଙ୍କ ସ୍ବେଚ୍ଛାକୃତ ଅବଦାନକୁ ସ୍ମରଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନିଜ ଆଶୀର୍ବଚନରେ ଶୃଙ୍ଖଳାବଦ୍ଧ ରହି ଜୀବନକୁ ଗଢ଼ିତୋଳିବା ପାଇଁ ଦିଗ୍ଦର୍ଶନ ଦେଇଥିଲେ। ବାର୍ଷିକ ଉତ୍ସବ ପାଇଁ ଆୟୋଜିତ ସମସ୍ତ ପ୍ରକାର ସାହିତ୍ୟିକ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ମେଧାବୀ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଜୁଲୋଜୀ ସମ୍ମାନର ଛାତ୍ର ହିମାଂଶୁ ରୟଜିତ୍ ଜେନାଙ୍କୁ ଚଳିତ ବର୍ଷର ସାହିତ୍ୟିକ ଚମ୍ପିୟାନ୍ ରୂପେ ବିବେଚ଼ିତ କରାଯାଇଥିଲା ଏବଂ ମହାବିଦ୍ୟାଳୟ ତରଫରୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚିତ୍ତବିନୋଦନ ନିମନ୍ତେ ଏକ ସାସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବର ସ୍ବନକ୍ଷତ୍ର ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ଅକୁଣ୍ଠ ସହଯୋଗରେ ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟ ସୂଚାରୁରୂପେ ସଂପାଦିତ ହୋଇପାରିଥିଲା। ପରିଶେଷରେ ବରିଷ୍ଠ ଛାତ୍ର ସଂଗଠକ ଟି. ସୁମନ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.